ମାଉଣ୍ଟ ମିଜହିରଗିରେ ହିମସ୍ଖଳନ, ୧୨ ପର୍ବତାରୋହୀ ମୃତ, ୬ ନିଖୋଜ
ମସ୍କୋ : ରୁଷର ଉତ୍ତର କାକେସସ୍ ଅଞ୍ଚଳରେ ଥିବା ମାଉଣ୍ଟ ମିଜହିରଗିରେ ରବିବାର ସନ୍ଧ୍ୟାରେ ହିମସ୍ଖଳନ ହୋଇଥିଲା। ଏଥିରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ୬ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ୫୦ରୁ ଅଧିକ ସୁରକ୍ଷାକର୍ମୀ ପ୍ରୟାସ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ୩୩ ପର୍ବତାରୋହୀଙ୍କ ଏକ ଗୋଷ୍ଠୀ ପାହାଡ଼ରେ ଚଢ଼ୁଥିଲେ। ଏହି ସମୟରେ ଅଚାନକ ହିମସ୍ଖଳନ ହୋଇ ତାଙ୍କ ଉପରେ ଆସି ପଡ଼ିଥିଲା। ଏହା ଫଳରେ ଅନେକ ପର୍ବତାରୋହୀ ବରଫ ତଳେ ଦବି ଯାଇଥିଲେ। ୧୦ ଜଣ ଯେ କୌଣସି ପ୍ରକାରରେ ଜୀବନ ବଞ୍ଚାଇ ତଳକୁ ଆସିବାକୁ ସକ୍ଷମ ହୋଇଥିଲେ।
Powered by Froala Editor