ବିରିୟାନୀ ପାଇଁ ଆତ୍ମହତ୍ୟା କଲେ ଛାତ୍ରୀ
ହରିୟାଣାର ଫରିଦାବାଦସ୍ଥିତ ନବୋଦୟ ବିଦ୍ୟା ନିକେତନ ସିନିୟର ସେକେଣ୍ଡାରୀ ସ୍କୁଲରେ ବିରିଆନୀ ଖାଇବାକୁ ନେଇ ଅଭାବନୀୟ ଘଟଣା ଘଟିଛି। ଜଣେ ୧୬ ବର୍ଷୀୟା ଛାତ୍ରୀ ସ୍କୁଲର ତୃତୀୟ ମହଲାରୁ ଡେଇଁ ପଡ଼ିଛନ୍ତି। ମୃତ ଛାତ୍ରୀ ଜଣକ ହେଉଛନ୍ତି ଡବୁଆ ଅଞ୍ଚଳର ଜାନଭୀ।
ଛାତ୍ରୀଙ୍କ ପିତା ପ୍ରମୋଦ କୁମାର ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ, ଶ୍ରେଣୀକକ୍ଷରେ ଛାତ୍ରୀମାନଙ୍କ ମଧ୍ୟରେ ବିରିଆନୀ ଖାଇବାକୁ ନେଇ ଏକ ବିବାଦ ହୋଇଥିଲା। ଏହି ଘଟଣାରେ ତାଙ୍କ ଝିଅର କୌଣସି ଭୁଲ୍ ନଥିବା ସତ୍ତ୍ୱେ ତାଙ୍କୁ ପ୍ରାୟ ଚାରି ଘଣ୍ଟା ଧରି ଖରାରେ ଠିଆ କରାଯାଇ ଦଣ୍ଡ ଦିଆଯାଇଥିଲା। ଏହି ମାନସିକ ନିର୍ଯାତନା ସହି ନପାରି ତାଙ୍କ ଝିଅ ଏଭଳି କରିଛନ୍ତି।
ସ୍କୁଲର ପ୍ରଧାନଶକ୍ଷକ ଆର.କେ. ଶର୍ମାଙ୍କ ଅନୁଯାୟୀ, ଜାନଭୀ ଶ୍ରେଣୀକକ୍ଷରୁ ବାଥରୂମ ଯିବା କଥା କହି ବାହାରକୁ ଯାଇଥିଲେ ଏବଂ ପରେ ତୃତୀୟ ମହଲାରୁ ଡେଇଁ ପଡ଼ିଥିଲେ। ଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ଡବୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor