ଚୋର ନେଇଗଲେ ୩୦ କେଜି ଚିନି
ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଚୋରମାନେ ଗୋଟିଏ ଘରୁ ଅଳଙ୍କାର ଲୁଟିବା ସହ ପ୍ରାୟ ୩୦ କେଜି ଚିନି ମଧ୍ୟ ଚୋରି କରି ନେଇଯାଇଛନ୍ତି। ସୀତାପୁରର ଏହି ଅଳଙ୍କାର ସହ ୩୦ କେଜି ଚିନି ଚୋରି ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପୋଲିସ ଚୋରଙ୍କ ସନ୍ଧାନରେ ତଦନ୍ତ ଜାରି ରଖିଛି।
ପୀଡ଼ିତ ଚନ୍ଦ୍ରପାଳଙ୍କ କହିବା ଅନୁସାରେ, ଦୁଇ ଦିନ ପୂର୍ବରୁ ରାତିରେ ପରିବାରର ସମସ୍ତ ସଦସ୍ୟ ଘର ଭିତରେ ଶୋଇଥିଲେ। ଏହି ସମୟରେ ଚୋରମାନେ ଘରେ ପ୍ରବେଶ କରିଥିଲେ। ଚୋରମାନେ ଘରର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଗୋଟିଏ ଯୋଡ଼ା ରୁପା ପାଉଁଜି ଏବଂ ଗୋଟିଏ ଯୋଡ଼ା ସୁନା କାନଫୁଲ ଚୋରି କରିଥିଲେ। ଏହାପରେ ଘରେ ରଖାଯାଇଥିବା ପ୍ରାୟ ୩୦ କେଜି ଚିନି ମଧ୍ୟ ନେଇ ଚମ୍ପଟ ମାରିଥିଲେ।
ସକାଳେ ପରିବାରର ଲୋକମାନେ ଉଠିବା ପରେ ଘରର ସାମଗ୍ରୀ ଏପଟସେପଟ ହୋଇଥିବା ଦେଖିଥିଲେ। ଯାଞ୍ଚ କରିବା ପରେ ଅଳଙ୍କାର ସହ ଘରେ ରଖାଯାଇଥିବା ଚିନି ମଧ୍ୟ ନଥିବା ଜଣାପଡ଼ିଥିଲା। ଏହାପରେ ଚନ୍ଦ୍ରପାଳ ପୋଲିସକୁ ସୂଚନା ଦେଇଥିଲେ। ଇମଲିଆ ସୁଲ୍ତାନପୁର ଥାନାରେ ଅଜଣା ଚୋରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି।
Powered by Froala Editor