ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ
ବ୍ରିଟିଶ ରାଜ ପରିବାରରୁ ଅଲଗା ହେବାର ଛଅ ବର୍ଷ ପରେ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ପତ୍ନୀ ମେଘାନ ମାର୍କେଲଙ୍କ ୟୁକେ ଫେରିବେ । ଏହି ଦମ୍ପତି ଲଣ୍ଡନ ବାହାରେ ଏକ ବ୍ୟକ୍ତିଗତ ବାସଭବନରେ ରହିବେ। ଯାହା କୌଣସି ସରକାରୀ ରାଜକୀୟ ସମ୍ପତ୍ତିର ଅଂଶ ନୁହେଁ। ହ୍ୟାରି ଏବଂ ମେଘାନଙ୍କ ଅଧିକାରୀକ ସ୍ଥିତିରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ନାହିଁ, ଏବଂ ସେମାନେ ଆଉ ରାଜପରିବାର ପକ୍ଷରୁ କୌଣସି ସାର୍ବଜନୀନ ଦାୟିତ୍ୱ ଗ୍ରହଣ କରିବେ ନାହିଁ ।
ବିବିସି ସମେତ ଅନେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ ସେମାନଙ୍କର ଦୁଇ ସନ୍ତାନ, ସାତ ବର୍ଷୀୟ ପ୍ରିନ୍ସ ଆର୍ଚି ଏବଂ ପାଞ୍ଚ ବର୍ଷୀୟ ପ୍ରିନ୍ସସେସ୍ ଲିଲିବେଟ୍ ମଧ୍ୟ ବ୍ରିଟେନର ସ୍କୁଲରେ ନାମ ଲେଖାଇଛନ୍ତି। ବ୍ରିଟିଶ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି, ଚଳିତ ମାସ ଶେଷ ସୁଦ୍ଧା ସେମାନେ ଆମେରିକା ଛାଡିବେ।
ପ୍ରିନ୍ସ ହ୍ୟାରି ଏବଂ ମେଘାନ ୨୦୨୦ ମସିହାରେ କାର୍ଯ୍ୟରତ ରାଜପରିବାର ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଉତ୍ତର ଆମେରିକା ଚାଲିଯାଇଥିଲେ ଏବଂ ପରେ କାଲିଫର୍ନିଆର ମୋଣ୍ଟେସିଟୋରେ ବାସ କରୁଥିଲେ। ରାଜପରିବାରରୁ ଅଲଗା ହେବା ପରେ, ହ୍ୟାରି ଏବଂ ମେଘାନ ଅନେକ ବିବାଦୀୟ ଏବଂ କଠୋର ସାର୍ବଜନୀନ ମନ୍ତବ୍ୟ ଦେଇଥିଲେ, ଯାହା ପରିବାର ମଧ୍ୟରେ ଉତ୍ତେଜନାକୁ ଯଥେଷ୍ଟ ବୃଦ୍ଧି କରିଥିଲା।
Powered by Froala Editor