ଓଏସଏସସି ଦୁର୍ନୀତିର ସିିବିଆଇ ତଦନ୍ତ ଦାବିରେ ବିଜେପିର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର:ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ପିଏସ୍ ବିରଂଚି ନାରାୟଣ ସାହୁଙ୍କଠୁ କୋଟିକୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଜବତ ହେବାପରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରି ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହା ସହିତ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ବିଜେପି ଦାବି କରିଛି।
ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ୟ୍ୟ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଏକ ଚାକିରି ବିକ୍ରି କମିଶନରେ ପରିଣତ ହୋଇଛି। ସରକାରୀ ନିଯୁକ୍ତିରେ ମେଧା ପରିବର୍ତ୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଛି। ଓଡ଼ିଶା ସରକାରେ ମୋ ସରକାର ୫-ଟି ସ୍ୱତନ୍ତ୍ର ବିଭାଗ ହେଲା ପରେ ରାଜ୍ୟରେ ଦୁର୍ନୀତି ବୃଦ୍ଧି ହୋଇଛି। ଏହି ବିଭାଗ ସମସ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆଇନସିଦ୍ଧ କରି ଦୁର୍ନୀତିରେ ସଂପୃକ୍ତ ପ୍ରଶାସନ ଅଧିକାରୀ ଓ ଶାସକଦଳର ନେତାଙ୍କୁ ସୁରକ୍ଷା ଦେଉଛି। ବିରଂଚୀ ସାହୁ କେତେ ପଇସା ନେଲେ, କେତେ ଫ୍ଲାଟ କିଣିଲେ, କେତେ ସୁନା କିଣିଲେ ସେକଥା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, କେଉଁ ସରକାରୀ ବାବୁମାନେ ସବୁ ପଇସା ଦେଇ କେଉଁ ଜାଗାରେ ଚାକିରୀ କରୁଛନ୍ତି ତାହାର ତଦନ୍ତ କରାଯାଉ। ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ସରକାର ଯୁବପିଢୀଙ୍କୁ ରୋଜଗାର ଦେବାରେ ବିଫଳ ହୋଇଛି। ଟଙ୍କା ଦେଲେ ରାଜ୍ୟରେ ଚାକିରୀ ମିଳୁଛି ।
Powered by Froala Editor