ହଟିବ Google Assistant
ଗୁଗୁଲ୍ ଏହାର ଲୋକପ୍ରିୟ Google Assistant ସେବାକୁ Android ଡିଭାଇସ୍ରୁ ପର୍ଯ୍ୟାୟକ୍ରମେ ହଟାଇବାକୁ ଘୋଷଣା କରିଛି। ସେପ୍ଟେମ୍ବର ୪ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏହି ପରିବର୍ତ୍ତନ କେବଳ Android ଫୋନ୍ କିମ୍ବା ଟାବଲେଟ୍ରେ ସୀମିତ ରହିବ ନାହିଁ। Wear OS ସ୍ମାର୍ଟୱାଚ୍, କିଛି ହେଡଫୋନ୍ ଏବଂ ସଂଯୁକ୍ତ ସ୍ମାର୍ଟଫୋନ୍ ମାଧ୍ୟମରେ Android Auto ବ୍ୟବହାର କରୁଥିବା ଯାନ ମଧ୍ୟ ଏହି ପରିବର୍ତ୍ତନର ପ୍ରଭାବରେ ଆସିବ।
ତେବେ ସମସ୍ତ ପ୍ଲାଟଫର୍ମରୁ Google Assistant ସମ୍ପୂର୍ଣ୍ଣ ଭାବେ ହଟିବ ନାହିଁ। Google built-in ସହିତ ଥିବା କାର୍, Google TV ଡିଭାଇସ୍ ଏବଂ Google Home ସ୍ପିକର୍ ଓ ସ୍ମାର୍ଟ ଡିସପ୍ଲେରେ ଏହାର ସମର୍ଥନ ଜାରି ରହିବ। Google Assistant ବଦଳରେ କମ୍ପାନୀ ଏହାର AI ସହାୟକ Geminiକୁ ପ୍ରାଥମିକ ସହାୟକ ଭାବେ ସ୍ଥାନ ଦେଉଛି। କମ୍ପାନୀର ଲକ୍ଷ୍ୟ ହେଉଛି ଜେନେରେଟିଭ୍ AIକୁ ଆଧାର କରି ଆହୁରି ଉନ୍ନତ ଏବଂ ସ୍ମାର୍ଟ ସହାୟକ ଅଭିଜ୍ଞତା ପ୍ରଦାନ କରିବା। Google ପ୍ରଥମେ ମାର୍ଚ୍ଚ ୨୦୨୫ରେ Google Assistantରୁ Geminiକୁ ସ୍ଥାନାନ୍ତର ଯୋଜନା ସମ୍ପର୍କରେ ଘୋଷଣା କରିଥିଲା। ସେତେବେଳେ କମ୍ପାନୀ କହିଥିଲା ଯେ ଲକ୍ଷ ଲକ୍ଷ ବ୍ୟବହାରକାରୀ Google Assistantରୁ Geminiକୁ ସ୍ଥାନାନ୍ତର ହୋଇସାରିଛନ୍ତି।
ବ୍ୟବହାରକାରୀମାନଙ୍କୁ ପଠାଯାଇଥିବା ଏକ ଇମେଲରେ ଗୁଗୁଲ୍ କହିଛି ଯେ ସେପ୍ଟେମ୍ବର ୪ରୁ Google Assistantର ଆକ୍ସେସ୍ ଧୀରେଧୀରେ ହଟାଯିବ। ଏହି ପ୍ରକ୍ରିୟା ସମସ୍ତ ବ୍ୟବହାରକାରୀଙ୍କ ପାଖରେ ପହଞ୍ଚିବାକୁ କିଛି ସପ୍ତାହ ସମୟ ଲାଗିପାରେ।
Powered by Froala Editor