ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ଏମିତି କହିଲେ ସ୍ଵାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ଵର : ଆୟୁଷ୍ମାନ ଭାରତ ସହ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ମିଶିବା ଘଟଣା। ଅସନ୍ତୋଷ ପ୍ରକାଶ ପରେ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନାରେ ସାମ୍ବାଦିକଙ୍କୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଗତ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତରେ ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ବୈଠକ ବସିଥିଲା। ଯେଉଁଥିରେ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଯଦି ସାମ୍ବାଦିକମାନେ ଆୟୁଷ୍ମାନରେ ସାମିଲ ନହେବା ପାଇଁ ମନା କରୁଛନ୍ତି। ସରକାର ଏହାର ତର୍ଜମା କରିବେ। ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ସୂଚନା ଥାଉକି, ରାଜ୍ୟର ପ୍ରାୟ ୮ ହଜାର ୭୧୭ କାର୍ଯ୍ୟରତ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଅଛନ୍ତି । ଏ ଯୋଜନାରେ ସାମ୍ବାଦିକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳୁଛି । ଆସନ୍ତା ଅଗଷ୍ଟ ୩୧ ତାରିଖରେ ଯୋଜନାରେ ମିଳିଥିବା ସ୍ୱାସ୍ଥ୍ୟବୀମା ଅବଧି ସରିଯାଉଛି । ଏହାର ନବୀକରଣ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି, କିନ୍ତୁ ଆବେଦନ ପ୍ରକ୍ରିୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ନିର୍ଦ୍ଦିଷ୍ଟ ସରକାରୀ ୱେବସାଇଟ୍ ଅଛି । ପ୍ରତିଥର ୱେବସାଇଟ୍ରେ ଅନଲାଇନ ମୋଡ୍ରେ ସ୍ୱାସ୍ଥ୍ୟ ବୀମାର ନବୀକରଣ ହୁଏ । କିନ୍ତୁ ଏଥର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ)ଙ୍କ ଜରିଆରେ ଅଫଲାଇନ୍ରେ ଫର୍ମ ସଂଗ୍ରହ କରାଯାଉଛି । ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ ରାସନ୍ କାର୍ଡ ତଥ୍ୟ ବି ମଗାଯାଉଛି । ପୁଣି ବାପା, ମା’ଙ୍କ ଆଧାର କାର୍ଡ ତଥ୍ୟ ସଂଗ୍ରହ ହେଉଛି । ଏହାର କୌଣସି କାରଣ ଦର୍ଶାଯାଇନି ।
Powered by Froala Editor