ସମସ୍ତିପୁର-ସହର୍ସା ପାସେଞ୍ଜର ଟ୍ରେନ୍ରେ ଅଗ୍ନିକାଣ୍ଡ
ବିହାରରେ ସମସ୍ତିପୁର-ସହର୍ସା ପାସେଞ୍ଜର ଟ୍ରେନ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାତ୍ରୀବାହୀ ଟ୍ରେନ ନମ୍ବର ୬୩୩୪୪ (ସମସ୍ତିପୁର-ସହର୍ସା)ର ଇଞ୍ଜିନ ଏବଂ ଏକ ସଂଲଗ୍ନ କୋଚରେ ନିଆଁ ଲାଗିଯାଇଥିଲା। ସମୟ ଭୋର ପ୍ରାୟ ୩ଟା ସମୟରେ ଟ୍ରେନ୍ ଟି ସିମ୍ରି ବଖତିୟାରପୁର ଷ୍ଟେସନରେ ପହଞ୍ଚିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନ୍ ଇଞ୍ଜିନ୍ ଏବଂ ତାହା ସହ ଯୋଡ଼ି ହୋଇଥିବା ବଗି ଗୁଡ଼ିକରେ ହଠାତ୍ ନିଆଁ ଲାଗି ଯାଇଥିଲା ।
ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ରିପୋର୍ଟ ଖବର ହସ୍ତଗତ ହୋଇନାହିଁ। ଯାତ୍ରୀମାନେ ସୁରକ୍ଷିତ ଭାବେ ବାହାରକୁ ବାହରି ଆସିଥିଲେ । ନିଆଁ ଲାଗିବାର କାରଣ ଖୋଜିବାକୁ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଇଞ୍ଜିନ୍ରୁ ପ୍ରବଳ ନିଆଁ ସହ ଘନ ଧୂଆଁ ବାହାରୁଥିବା ଦେଖି ଷ୍ଟେସନ ଏବଂ ଟ୍ରେନ୍ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା ।
ସହକାରୀ ଅଗ୍ନିଶମ ଅଧିକାରୀ ନିରଞ୍ଜନ କୁମାର କହିଛନ୍ତି, "ଆମେ ସୂଚନା ପାଇଲୁ ଯେ,ଏକ ରେଳ ଇଞ୍ଜିନରେ ନିଆଁ ଲାଗିଯାଇଛି । ନିଆଁ ବର୍ତ୍ତମାନ ନିୟନ୍ତ୍ରଣାଧୀନ । "
Powered by Froala Editor