ନାଳନ୍ଦାରେ କକରୋଚ୍ କାଫେ
ବିହାରର ନାଳନ୍ଦା ଜିଲ୍ଲାରେ କକରୋଚ୍ କାଫେ ଖୋଲିଛି। ସନ୍ଧ୍ୟାବେଳେ ଏଠାକୁ ଜେନ୍ ଜି ମାନେ ଆସି ଚା, କଫି ପିଉଛନ୍ତି ଏବଂ ସ୍ନାକ୍ସର ମଜା ଉଠାଉଛନ୍ତି। ସେହିପରି ଆଉ କିଛି ଲୋକ ଫଟୋ ଭିଡିଓ ଏବଂ ରିଲ୍ସ ପାଇଁ ଆସୁଛନ୍ତି। କାଫେର ମାଲିକ କନିଷ୍କ ରାଜ କହିଛନ୍ତି, ଲୋକଙ୍କ ଧ୍ୟାନ ଆକର୍ଷଣ ପାଇଁ ସେ ଏଭଳି ନାଁ ଦେଇଛନ୍ତି। କାଫେର ଇଣ୍ଟେରିଅର୍ ଗ୍ରାହକଙ୍କୁ ଆକର୍ଷିତ କରୁଛି। ବ୍ଲାକ୍ ଥିମ୍ ର ସେଟଅପ୍, ଲାଇଟ୍, କାନ୍ଥରେ ଲତା ଏବଂ ଫୁଲ, ଆରାମଦାୟକ ଚେୟାର ଓ ଆଧୁନିକ ସାଜସଜ୍ଜା ପାଇଁ ଲୋକମାନେ ଏଠାକୁ ଆସୁଛନ୍ତି। ସୋସିଆଲ୍ ମିଡିଆ ଯୁଗରେ ନିଆରା ନାଁ ବାଛିଲେ ବିଜ୍ଞାପନ ବିନା ବି ଲୋକଙ୍କ ଧ୍ୟାନ ଆକର୍ଷଣ କରିହେବ। ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ କାଫେର ଏଭଳି ଅଜବ ନାମ ରଖିଛନ୍ତି ।
ଅନ୍ୟପଟେ ସୋସିଆଲ୍ ମିଡିଆରେ କାଫେକୁ ନେଇ ୟୁଜରମାନେ ବିଭିନ୍ନ ପ୍ରକାର ମଜାଳିଆ ମନ୍ତବ୍ୟ ରଖୁଛନ୍ତି। ଯଦି ଗ୍ରାହକ କାଫେର ଖାଦ୍ୟରେ ଅସରପା ପାଆନ୍ତି ତାହେଲେ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି।
ସେହିପରି ନାଁଟି ‘କକ୍ରୋଚ କାଫେ’ ହୋଇଥିଲେ ମଧ୍ୟ ତାଙ୍କ କାଫେରେ ସ୍ୱଚ୍ଛତା ସଂପର୍କରେ ପୂରା ଧ୍ୟାନ ରଖାଯାଉଛି। ତାଙ୍କ ଅନୁସାରେ, ଲୋକେ ପ୍ରଥମେ ନାଁ ଯୋଗୁ ଆକର୍ଷିତ ହୋଇ କାଫେକୁ ଆସୁଛନ୍ତି। ପରେ ଭଲ ଗୁଣବତ୍ତାର ଖାଦ୍ୟ ସେମାନଙ୍କୁ ପୁଣି ସେଠାକୁ ଆସିବାକୁ ପ୍ରେରିତ କରୁଛି।
Powered by Froala Editor