ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି: କେଉଁ ପଟେ ଯିବ କେଉଁ ଗାଡି ଜାଣନ୍ତୁ....
ଭୁବନେଶ୍ବର: ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତିନି ତାରିଖ ଦିନ ଅପରାହ୍ଣ ୨ଟା ୧୦ ମିନିଟ୍ରୁ ଅପରାହ୍ଣ ସାଢ଼େ ୨ଟା ପର୍ଯ୍ୟନ୍ତ ଏୟାର୍ପୋର୍ଟ ଛକରୁ କ୍ୟାପିଟାଲ୍ ହସ୍ପିଟାଲ୍ ଛକ, ଏଜିଛକ ଦେଇ ଲୋକଭବନଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି।
ସେହିପରି ଅପରାହ୍ଣ ୩ଟା ୫୦ ମିନିଟ୍ରୁ ଅପରାହ୍ଣ ୪ଟା ୫୦ ମିନିଟ୍ ପର୍ଯ୍ୟନ୍ତ ଲୋକଭବନ ଛକରୁ ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ୍ ଛକ, ଶାସ୍ତ୍ରୀନଗର ଛକ, ଜୟଦେବବିହାର ଛକ, ବାରଙ୍ଗ ଗୋଲେଇ ଛକ, ବ୍ଲକ୍ ଛକରୁ ବାମ ମୋଡ଼ ହୋଇ କେନାଲ ରାସ୍ତାରେ ଗୋଡ଼ିସାହି ଛକର ବାମ ପଟେ ବାଆଁରା ଛକ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ। ସନ୍ଧ୍ୟା ୫ଟା ୫୦ରୁ ସନ୍ଧ୍ୟା ୬ଟା ୫୦ମିନଟ୍ ପର୍ଯ୍ୟନ୍ତ ପୁନର୍ବାର ବାଆଁରା ଛକରୁ ସେହି ରାସ୍ତା ଦେଇ ଲୋକଭବନ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି। ୪ ତାରିଖ ସକାଳ ସାଢ଼େ ୮ଟାରୁ ସକାଳ ୮ଟା ୫୦ ପର୍ଯ୍ୟନ୍ତ ଲୋକଭବନ ଛକରୁ ଏଜିଛକ, ରାଜମହଲ ଛକ, ମାଷ୍ଟରକ୍ୟାଣ୍ଟିନ୍ ଗୋଲେଇ ଛକରୁ ୟୁ-ଟର୍ଣ୍ଣ ନେଇ ୟୁକୋ ବ୍ୟାଙ୍କ ଗଳି ଓ ସେଠାରେ ନିର୍ଦ୍ଧାରିତ ସ୍ଥାନ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ। ୫ ତାରିଖ ଦିନ ଅପରାହ୍ଣ ସାଢ଼େ ୧୨ଟାରୁ ଅପରାହ୍ଣ ୧୨ଟା ୫୦ ପର୍ଯ୍ୟନ୍ତ ଭୁବନେଶ୍ବର ରେଳ ଷ୍ଟେସନ୍, ୟୁକୋ ବ୍ୟାଙ୍କ ଗଳିରୁରାଜମହଲ ଛକ, ଏଜିଛକ, ହସ୍ପିଟାଲ୍ ଛକ ଦେଇ ଏୟାର୍ପୋର୍ଟ ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।
ଏହା ବ୍ୟତୀତ ୩ ତାରିଖ ଦିନ ଖୋର୍ଦ୍ଧା କିମ୍ବା ଭୁବନେଶ୍ବର ପଟୁ କଟକ ଅଭିମୁଖେ ଆସୁଥିବା ବସ୍, ଟ୍ରକ୍ ଆଦି ଭାରୀଯାନ ଏବଂ କଟକ ଓ ବାଲିକୁଦାରୁ ଭୁବନେଶ୍ବର ଓ ପିତାପଲ୍ଲୀ ଅଭିମୁଖେ ଯାଉଥିବା ଭାରୀଯାନକୁ ଏହି ସମୟ ମଧ୍ୟରେ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ। ଏହି କଟକଣା ଜରୁରିକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକ ଉପରେ ଲାଗୁ ହେବନାହିଁ।
Powered by Froala Editor