ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ ଆଜି
ରାଜନଗର: ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।
ଭିରରକନିକା ଜାତୀୟ ଉଦ୍ୟାନ ଭିତରେ ପ୍ରବାହିତ ନଦୀ ନାଳରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ମିଳନ ପର୍ବ ଓ ପରେ ମା’ କୁମ୍ଭୀର ବସା ବାନ୍ଧି ଅଣ୍ଡା ଦେବାର ପ୍ରକୃତିଗତ ନିୟମ ଚାଲିଥିବାରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ପରିଭ୍ରମଣକୁ ବନ୍ଦ ରଖାଯାଇଥିଲା। ଏହି ସମୟରେ ମାଈ ଓ ଅଣ୍ଡିରା କୁମ୍ଭୀର ହିଂସ୍ର ହୋଇଥାନ୍ତି। ଏହାଛଡା ସେମାନଙ୍କ ପ୍ରଜଜନ କ୍ରିୟା, ପ୍ରକ୍ରିୟାରେ ବାହ୍ୟ ଶତ୍ରୁଙ୍କୁ ସେମାନେ ସହ୍ୟ କରି ନ ପାରି ହଠାତ୍ ଆକ୍ରମଣ କରିଥାନ୍ତି। ଏସବୁ ଦୃଷ୍ଟିରୁ ପର୍ଯ୍ୟଟକମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୩ ମାସ ଧରି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥାଏ ବୋଲି ରାଜନଗର ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ଡିଏଫଓ ଭରଦରାଜ ଗାଓଁକର କହିଛନ୍ତି।
Powered by Froala Editor