Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ...

  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ...

  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ...

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ...

  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ...

  • ୫ଦିନ ବନ୍ଦ ରହିବ ବ୍ୟାଙ୍କ

ରାଜ୍ୟ
Home ›› ରାଜ୍ୟ ››ମହାନଦୀରେ ମାଡ଼ି ଚାଲିଛି ବନ୍ୟାଜଳ, ଆହୁରି ଫୁଲିବା ସମ୍ଭାବନା

ମହାନଦୀରେ ମାଡ଼ି ଚାଲିଛି ବନ୍ୟାଜଳ, ଆହୁରି ଫୁଲିବା ସମ୍ଭାବନା

2026-08-01 06:00:19
15164
Share:
Facebook
Twitter
E-Mail
WhatsApp
Telegram
ମହାନଦୀରେ ମାଡ଼ି ଚାଲିଛି ବନ୍ୟାଜଳ, ଆହୁରି ଫୁଲିବା ସମ୍ଭାବନା

ଭୁବନେଶ୍ବର : ମହାନଦୀରେ ବନ୍ୟାଜଳ ମାଡ଼ି ଚାଲିଛି। ଦୁଇପାର୍ଶ୍ବ ନଦୀବନ୍ଧ ଖାଇ ବନ୍ୟାପାଣି ପ୍ରବାହିତ ହେଉଛି। ଏହାର ଶାଖା ପ୍ରଶାଖା ନଦୀଗୁଡ଼ିକରେ ବି ଜଳସ୍ତର ବଢ଼ିବାରେ ଲାଗିଛି। ମହାନଦୀ କୂଳିଆ ଗାଁଗୁଡ଼ିକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବିଶେଷକରି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଏବଂ ଖୋରଧା ଜିଲାର କିଛି ଅଞ୍ଚଳରେ ବନ୍ୟା ଆସିଛି। ରାଜ୍ୟ ସରକାର ଏହି ୫ଟି ଜିଲା ଉପରେ ଅଧିକ ନଜର ରଖିଛନ୍ତି। ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଉପରମୁଣ୍ଡରୁ ଦ୍ରୁତଗତିରେ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାପାଣି ମାଡ଼ି ଆସୁଛି। ଫଳସ୍ବରୂପ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୫.୧୫ ଫୁଟ୍‌ ଛୁଇଁଲାଣି। ଜଳଭଣ୍ଡାର ଚାପରେ ଥିବାରୁ ୨୨ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଅନ୍ୟପଟେ, ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦୁର୍ବିସହ ହୋଇପଡ଼ିଛି। ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଉତ୍ତର ଓଡ଼ିଶାରେ ଜଳକା, ସାଳନ୍ଦୀ ଏବଂ ବୈତରଣୀରେ ବନ୍ୟା ଆସିଥିବା ବେଳେ ଉପକୂଳବର୍ତ୍ତୀ ଜିଲାରେ ମହାନଦୀ ବନ୍ୟା ଆଣିଛି।
ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ୬୨୫.୧୫ଫୁଟ ଛୁଇଁଛି। ଜଳସ୍ତର ବଢ଼ୁଥିବାରୁ ଜଳଭଣ୍ଡାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୁକ୍ରବାର ୨୦ଟି ଫାଟକ ଖୋଲାଯାଇଛି। ପୂର୍ବରୁ ଦୁଇଟି ଫାଟକ ଖୋଲାଥିଲା। ଅଦ୍ୟାବଧି ୨୨ଟି ଫାଟକ ଦେଇ ଜଳଭଣ୍ଡାରରୁ ୩ ଲକ୍ଷ ୫୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। କିନ୍ତୁ ଉପରମୁଣ୍ଡରୁ ୪,୨୨୯୬୮କ୍ୟୁସେକ୍ ଜଳ ପ୍ରବେଶ କରୁଥିବାରୁ ସଂକଟ ବଢ଼ିବାରେ ଲାଗିଛି। ମହାନଦୀ ଆହୁରି ଫୁଲିବାର ସମ୍ଭାବନା ଦେଖାଦେଇଛି। କିନ୍ତୁ, ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନଥିବା, ଆଶ୍ବାସନା ଆଣି ଦେଇଛି। ହୀରାକୁଦ ପାଣି ମୁଣ୍ଡଳିରେ ପହଞ୍ଚିଲା ବେଳକୁ ତଳମୁଣ୍ଡରୁ ବନ୍ୟାପାଣି ଛାଡ଼ି ଯାଇଥିବ। ଯଦି ବଡ଼ଧରଣର ବର୍ଷା ହୁଏ, ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ଏସ୍‌ଆରସି ଶ୍ରୀ ପାଟିଲ କହିଛନ୍ତି।
ମହାନଦୀର ଖଇରମାଳରେ ୩.୩୦ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଗତକାଲି ସନ୍ଧ୍ୟା ୬ଟାରେ ୭.୭୪ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଥିଲା। ବରମୂଳରେ ୬.୦୨ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ଏଠାରେ ୭.୭୦ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଅର୍ଥାତ ଉପରମୁଣ୍ଡରୁ ପାଣି କମୁଥିବା ବେଳେ ମୁଣ୍ଡଳିରେ ବନ୍ୟାଜଳ ୮,୨୦,୮୪୩ କ୍ୟୁସେକ୍ ତଳମୁଣ୍ଡ ଆଡ଼କୁ ପ୍ରବାହିତ ହେଉଛି। ଫଳରେ ତଳମୁଣ୍ଡରେ ପ୍ରବାହିତ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ଦେବୀ, ପାଇକା, ଦୟା, କୁଶଭଦ୍ରା, ଭାର୍ଗବୀରେ ବନ୍ୟା ଆସିଛି। ଗତ ରାତି ୧୦ଟାରେ ମୁଣ୍ଡଳିରେ ବନ୍ୟାଜଳ ଶୀର୍ଷ ୮,୮୮,୧୪୯ କ୍ୟୁସେକ୍‌ ପ୍ରବାହିତ ହେଉଥିଲା। ଆଜି ସନ୍ଧ୍ୟାରେ ତାହା ୮,୨୦,୮୪୩ କ୍ୟୁସେକକୁ ହ୍ରାସ ପାଇଛି। ସେହିପରି, ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ଥିବା ବେଳେ ୨୬.୪୮ ମିଟରରେ ମହାନଦୀ ପ୍ରବାହିତ ହେଉଛି। ନରାଜରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ମହାନଦୀର ବନ୍ୟାଜଳ ଜଗତସିଂହପୁର ଜିଲାର ଅନେକ ତଳିଆ ଅଞ୍ଚଳରେ ପ୍ରଭାବ ପକାଇଛି। କୁଜଙ୍ଗ ବ୍ଲକ ବରିହାଡିଆ ଗାଁ ପାଣିଘେରରେ ରହିଛି। ବନ୍ୟା ପାଣି ଘରଦ୍ୱାର ଓ ଚାଷ ଜମିରେ ପଶିବା ଫଳରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାତାୟାତଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇଛି। ଏହି ଅଞ୍ଚଳର ପ୍ରାୟ ୨୦୦ ପରିବାର ଚାଷ ଉପରେ ନିର୍ଭର କରି ପରିବାର ଚଳାନ୍ତି। କିନ୍ତୁ ଏବେ ବନ୍ୟାପାଣି ସେମାନଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି। ସେହିପରି, ଭୁବନେଶ୍ବର ଉପକଣ୍ଠ ଭାର୍ଗବୀ କୂଳରେ ଥିବା ପୁବାଶାସନ ଅଞ୍ଚଳରେ ବନ୍ୟା ପାଣି ପଶିବା ପରେ ସମଗ୍ର ଗାଁ ଏବେ ଜଳମଗ୍ନ ହୋଇପଡ଼ିଛି। ପ୍ରାୟ ୧୦୦ରୁ ଅଧିକ ପରିବାର ପାଣିଘେରରେ ଫସି ରହିଛନ୍ତି। ଅନେକ ଘର ଭିତରେ ପାଣି ଜମି ରହିଛି। 

କଟକ ଜିଲା ବାଙ୍କୀ ଉପଖଣ୍ଡ ବିଭିନ୍ନ ଗାଁକୁ ସଂଯୋଗ ବିଚ୍ଛିନ୍ନ ହୋଇଛି। ବାଙ୍କୀର ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ବିପଦ ସଙ୍କେତ ୭.୮ମିଟର ଥିବା ବେଳେ ଏହା ତଳେ ମହାନଦୀ ପ୍ରବାହିତ ହେଉଛି। ବାଙ୍କୀ ବୈଦ୍ୟେଶ୍ୱର ରାସ୍ତାର ଚନ୍ଦ୍ରପା ନାଳଠାରେ ୨ ଫୁଟ୍‌ ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ବିଲିପଡ଼ା-ତାଳବସ୍ତ ରାସ୍ତାରେ ୩ ଫୁଟ୍‌ର ପାଣି ଚାଲୁଥିବାରୁ ଯାତାୟାତ ବନ୍ଦ ରହିଛି। କଇଁମୁଣ୍ଡି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ କଇଁମୁଣ୍ଡିର ଶତାଧିକ ପରିବାର ଜଳବନ୍ଦୀ ଅଛନ୍ତି। ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଗାଁ ଏବେ ସମ୍ପୂର୍ଣ୍ଣ ଜଳମଗ୍ନ। ବାଙ୍କୀ ବ୍ଲକ ଅନ୍ତର୍ଗତ ହୁଳୁହୁଳା ସେତୁ ଉପରେ ୫ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବିଲିପଡା ପଞ୍ଚାୟତର ପଦନପୁର ଗାଁରେ ୫ଫୁଟର ବନ୍ୟାପାଣି ଲହଡି ଭାଙ୍ଗୁଛି। ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପହଞ୍ଚି ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମହାନଦୀର ବନ୍ୟା ଜଳରେ କେନ୍ଦ୍ରପଡ଼ା ଜିଲାର ମାର୍ଶାଘାଇ, ଗରଦପୁର, ଡେରାବିଶ ଓ ମହାକାଳପଡ଼ା ବ୍ଲକର ଅନେକ ତଳିଆ ଅଞ୍ଚଳରେ ପାଣି ପଶିଛି। ଏହା ପ୍ରଭାବରେ ଲୁଣା, କେରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା ଆଦି ନଦୀରେ ପାଣି ଆସିବାରୁ ନଦୀପଠାରେ ଚାଷ କରୁଥିବା ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। 

Powered by Froala Editor

Tags Flood

Related articles Odisha News Lens 4.1

  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ
    ଦେଶ-ଦେଶାନ୍ତର

    ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ

    14279
    Sep 22, 2026
  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...
    ଦେଶ-ଦେଶାନ୍ତର

    ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...

    13864
    Sep 21, 2026
  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ
    ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13909
    Sep 21, 2026
  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ
    ଦେଶ-ଦେଶାନ୍ତର

    ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

    15491
    Sep 21, 2026
  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା
    ଦେଶ-ଦେଶାନ୍ତର

    ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

    14007
    Sep 21, 2026
  •  ୫ଦିନ ବନ୍ଦ ରହିବ ବ୍ୟାଙ୍କ
    ଦେଶ-ଦେଶାନ୍ତର

    ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14634
    Sep 21, 2026
  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍
    ଦେଶ-ଦେଶାନ୍ତର

    ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14674
    Sep 21, 2026
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...
    ରାଜନୀତି

    ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...

    14815
    Sep 21, 2026
  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ
    ଦେଶ-ଦେଶାନ୍ତର

    ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

    13594
    Sep 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13909
    Sep 21, 2026
  • ଦେଶ-ଦେଶାନ୍ତର

    ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14634
    Sep 21, 2026
  • ଦେଶ-ଦେଶାନ୍ତର

    ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ

    14279
    Sep 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17116
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17802
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17777
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18186
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14832
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14457
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14706
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16336
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14855
    Sep 06, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15611
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15370
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14664
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14338
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ଅନିବାର୍ଯ୍ୟ

    13864
    Sep 21, 2026
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ – ନବୀନ ପଟ୍ଟନାୟକ

    14815
    Sep 21, 2026
  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

    13594
    Sep 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In