ଭାର୍ଗବୀ ଓ ଦେବୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ
ପୁରୀ: ପୁରୀ ଜିଲ୍ଲାର ଦୁଇ ସମ୍ବେଦନଶୀଳ ନଦୀ ଭାର୍ଗବୀ ଓ ଦେବୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କୁଶଭଦ୍ରା, ଧନୁଆ ଓ ପ୍ରାଚୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭାର୍ଗବୀ ନଦୀର ବିପଦ ସଙ୍କେତ ୧୦.୪୨ ମିଟର ଥିବା ବେଳେ ବଳଙ୍ଗାଠାରେ ଭାର୍ଗବୀ ନଦୀରେ ଜଳସ୍ତର ୧୧.୨୫ ମିଟରରେ ପ୍ରବାହିତ ହେଉଛି।
ସେହିଭଳି ଅସ୍ତରଙ୍ଗ ବାଉରିଆକଣଠାରେ ଦେବୀ ନଦୀରେ ବିପଦ ସଙ୍କେତ ୪.୯୫ ମିଟର ଥିବା ବେଳେ ଏବେ ୫.୦୮ ମିଟର ଜଳସ୍ତର ରହିଛି । ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ଏକ ସମୀକ୍ଷା ବୈଠକ କରି ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor