୨ ରୁ ବଢ଼ିବ ମୌସୁମୀ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ଏବେ ବଡ଼ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହୋଇପାରେ । ତେବେ ଅଗଷ୍ଟ ୨ ତାରିଖ ବେଳକୁ ବର୍ଷା ପରିମାଣ ସାମାନ୍ୟ ବୃଦ୍ଧି ପାଇବ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗ ପକ୍ଷରୁ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ପ୍ରଥମ ସପ୍ତାହ (ଜୁଲାଇ ୩୦ରୁ ଅଗଷ୍ଟ ୫) କୌଣସି ନୂଆ ଘୂର୍ଣ୍ଣିବଳୟ ସମ୍ଭାବନା ନାହିଁ । ତେବେ ଦ୍ୱିତୀୟ ସପ୍ତାହରେ (ଅଗଷ୍ଟ ୬ରୁ ୧୨) ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବା ସମ୍ଭାବନା ଅଛି । ଏହା ପ୍ରାୟ ୯ ତାରିଖବେଳକୁ ଲଘୁଚାପରେ ପରିଣତ ହୋଇପାରେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ଏବେ ବଡ଼ ବର୍ଷା ନାହିଁ । ତଥାପି ୨ ତାରିଖରୁ ମୌସୁମୀ ବର୍ଷା ବଢ଼ିପାରେ । ବିଶେଷ କରି ଦକ୍ଷିଣରେ ଅଧିକ ବର୍ଷା ରହିପାରେ ।
ଆସନ୍ତା ୯ କିମ୍ବା ୧୦ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।
Powered by Froala Editor