ବନ୍ୟା ପରିସ୍ଥିତିକୁ ନେଇ ଆଶ୍ୱସ୍ତିକର ଖବର: ମୁଣ୍ଡଳୀଠାରେ ଜଳ ପ୍ରବାହ ସ୍ଥିର
କଟକ: ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତିକୁ ନେଇ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ମୁଣ୍ଡଳୀଠାରେ ବର୍ତ୍ତମାନ ଜଳ ପ୍ରବାହ ସ୍ଥିର ରହିଥିବାବେଳେ ଆଗକୁ ପାଣି ପରିମାଣ କମିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଆଗକୁ ସେଭଳି କୌଣସି ବଡ଼ ବିପଦ ନାହିଁ । ଆକଳନ କରାଯାଇଥିଲା ଯେ ମହାନଦୀରେ ୯ ଲକ୍ଷ କ୍ୟୁସେକ ପାଣି ଆସିବ, କିନ୍ତୁ ଆଜି ସକାଳ ୭:୦୦ ଟା ପରଠାରୁ ମୁଣ୍ଡଳୀ ଦେଇ ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି ।
ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଆଜି ମୁଣ୍ଡଳୀ ଠାରେ ଉପସ୍ଥିତ ରହି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ତାଙ୍କ ସହିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
Powered by Froala Editor