ରାଜଧାନୀରେ ପଣା ସଂକ୍ରାନ୍ତି କଟକଣା !
ବିଏମସି ପକ୍ଷରୁ ପଣାସଂକ୍ରାନ୍ତି ପାଳନକୁ ନେଇ କଟକଣା ଲଗାଯାଇଛି। ବିଏମସି କମିସନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ଚଳିତ ବର୍ଷ କୋଭିଡକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱର ର ମନ୍ଦିରରେ ପଣାସଂକ୍ରାନ୍ତି ପାଳନ ନେଇ କଟକଣା ଲଗାଯାଇଛି | ଏହାସହିତ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ପଣାସଂକ୍ରାନ୍ତି ପାଳନକୁ ମନା କରାଯାଇଛି | ଏଥିସହ ଗହଳି, ପଣା ଓ ସାଂସ୍କୃତିକ ଉତ୍ସବ ନ କରିବାକୁ କୁହାଯାଇଛି । କେବଳ ପୂଜକମାନେ ମନ୍ଦିରରେ ପରମ୍ପରା ଅନୁଯାୟୀ ସମସ୍ତ ରୀତିନୀତି ପାଳନ କରିବେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ସେହିଭଳି ରମଜାନ ପାଇଁ ମୁସଲମାନଙ୍କ ଦୁଇ ଗ୍ରୁପ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଛି। ଖୁବଶୀଘ୍ର ଏସଓପି ଜାରି ହେବ। ଶୁକ୍ରବାର ଦିନ ହେଉଥିବା ନମାଜ ପାଠ ପାଇଁ ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର ଧାରଣ କ୍ଷମତା ଠାରୁ ଶତକଡା ୫୦ ଭାଗ ଲୋକଙ୍କ ପାଇଁ ଅନୁମତି ଦିଆଯିବ। ମାସ୍କ, ସାନିଟାଇଜର ଓ ୬ ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ କରାଯିବ।