ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ, ନିଲମ୍ବିତ ହେଲେ ଦତ୍ତମହାପାତ୍ର
ପୁରୀ: ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ଦତ୍ତମହାପାତ୍ର ସେବାୟତ ରଶ୍ମିରଞ୍ଜନ ଦତ୍ତମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର କମାଣ୍ଡର୍ଙ୍କ ରିପୋର୍ଟ ଆଧାରରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଶ୍ରୀମନ୍ଦିରର ସମସ୍ତ ପ୍ରକାର ସେବାରୁ ବଞ୍ଚିତ ରହିବେ ବୋଲି ଜଣାଯାଇଛି। ଠାକୁରଙ୍କ ନୀତି ସମ୍ପାଦନରେ ଶୃଙ୍ଖଳାରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଗୁରୁତ୍ବ ଦେଇଆସୁଛି। ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ ସେବାୟତ ଶ୍ରୀ ଦତ୍ତମହାପାତ୍ର ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ। ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଅଭିଯୋଗ ହୋଇଥିଲା।
Powered by Froala Editor