ଟ୍ରକ୍ ଭର୍ତ୍ତି ବିପୁଳ ପରିମାଣର ଗଞ୍ଜେଇ ଜବତ
ଭୁବନେଶ୍ୱର: ଗଞ୍ଜେଇ ସ୍ମଗ୍ଲିଂର ନୂଆ ଫଣ୍ଡା। ଟ୍ରକରେ ଆସୁଛି ଗଞ୍ଜେଇ, ଫୋନ୍ ପେ'ରେ ଯାଉଛି ଟଙ୍କା। କେହି କାହାକୁ ଚିହ୍ନି ନଥିଲେ ବି ସିଗ୍ନାଲରେ ହେଉଛି କାରବାର। ରାଜଧାନୀରେ ଚଢ଼ାଉ କରି ଟ୍ରକ୍ ଭର୍ତ୍ତି ବିପୁଳ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍। ଏହି ଗଞ୍ଜେଇକୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବେଳେ ମାଡ଼ିବସିଛି ଅବକାରୀ ବିଭାଗ।
ସହିଦନଗର ଥାନା ଅଞ୍ଚଳରେ ଚଢ଼ାଉ କରି ସନ୍ଦିଗ୍ଧ ଟ୍ରକକୁ ଅଟକାଇଥିଲା ଅବକାରୀ ଟିମ୍। କନ୍ଧମାଳରୁ ଭୁବନେଶ୍ୱର ଆସୁଥିବା ଟ୍ରକ୍ ଭର୍ତ୍ତି ଗଞ୍ଜେଇ ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ। ଯାଞ୍ଚ ବେଳେ ଟ୍ରକ୍ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଘଟଣାସ୍ଥଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୭ କ୍ବିଣ୍ଟାଲ ଗଂଜେଇ ସହ ଏକ ଟ୍ରକକୁ ଧରିଛି ଅବକାରୀ ବିଭାଗ।
Powered by Froala Editor