କାଳିଆ ଦୁଆରେ ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ର ପୋଷ୍ଟର ଉନ୍ମୋଚିତ।
ଭୁବନେଶ୍ୱର: ନବିନ ସୂତ୍ରଧର (ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର )ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ନିମନ୍ତେ ଆଗ୍ରହୀ ଫଟୋଗ୍ରାଫର ଙ୍କ ଠାରୁ ଫଟୋ ଆମନ୍ତ୍ରଣ ର ଶୁଭାରମ୍ଭ ମହାପ୍ରଭୁ ଜଗନ୍ନାଥଙ୍କ ସିଂହ ଦ୍ୱାର ସମ୍ମୁଖରେ ହୋଇଯାଇଛି।ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଟ୍ରଷ୍ଟ ର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିଙ୍କ କରକମଳରେ ଆଜି ସନ୍ଧ୍ୟାରେ ଏହା ଉନ୍ମୋଚିତ ହୋଇଯାଇଛି। ବିଗତ ଚାରି ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ରାଜ୍ୟସ୍ତରୀୟ ପ୍ରଦର୍ଶନୀ ନିମନ୍ତେ ରାଜ୍ୟର ସମସ୍ତ ଫଟୋଗ୍ରାଫର ଙ୍କ ନିକଟରୁ ଏହି ପଞ୍ଚମ ସଂସ୍କରଣ ନିମନ୍ତେ ୪ ଟି ଥିମ୍ (୧-ଆଢୁଆଳରେ ରହିଥିବା ଐତିହ୍ୟରାଜି,୨-ଶାରୀରିକ ଅକ୍ଷମ ଏକ ବୋଝ ନୁହେଁ ସମ୍ମାନ,୩-ରାସ୍ତାଘାଟରେ ଜୀବନର ଜଳ ଛବି ଏବଂ୪- ପ୍ରକୃତି ଉପରେ ପାଣିପାଗ ପରିବର୍ତ୍ତନ ର ପ୍ରଭାବ )ଉପରେ ଫଟୋ ଆମନ୍ତ୍ରଣ କରାଯାଉଛି।ଆଗ୍ରହୀ ବ୍ୟକ୍ତି ବିଶେଷ ଆସନ୍ତା ଅଗଷ୍ଟ ମାସ ୫ ତାରିଖ ସୁଦ୍ଧା ସେମାନଙ୍କ ନିର୍ବାଚିତ ଫଟୋ ନିର୍ଦ୍ଧାରିତ ନିୟମ ଅନୁସାରେ ପ୍ରେରଣ କରିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି। ଅଧିକ ବିବରଣୀ ନିମନ୍ତେ ମୋବାଇଲ ନମ୍ବର ୯୪୩୯୬୧୪୬୭୭ ରେ ଯୋଗାଯୋଗ କରିବାକୁ ଟ୍ରଷ୍ଟ ର ଅଧକ୍ଷ ଲକ୍ଷ୍ମୀକାନ୍ତ ଦାସ ନିବେଦନ କରିଛନ୍ତି।
Powered by Froala Editor