Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନକୁ ୬୧ ରନରେ ହରାଇଲା ...

  • ୧୦ ମାସର ଝିଅ ସର୍ବକନିଷ୍ଠ ଅଙ୍ଗ ଦାତା

  • ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ...

  • ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ

  • ହେଲମେଟ କାରଖାନାରେ ବଡ଼ ଅଗ୍ନିକାଣ୍ଡ

  • ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ

  • ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ...

  • ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ

  • ଆଜି ପୁଲୱାମା ଆକ୍ରମଣକୁ ପୁରିଲା ୭ବର୍ଷ, ...

  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

Home ›› ››ଓଡିଶାରେ ଚାଷୀ ମାନଙ୍କ ସମସ୍ୟା ନେଇ ନିଜର ଅସନ୍ତୋଷ ଜାହିର କଲେ ନିରଞ୍ଜନ

ଓଡିଶାରେ ଚାଷୀ ମାନଙ୍କ ସମସ୍ୟା ନେଇ ନିଜର ଅସନ୍ତୋଷ ଜାହିର କଲେ ନିରଞ୍ଜନ

2021-08-02 03:57:21
15448
Share:
Facebook
Twitter
E-Mail
WhatsApp
Telegram
ଓଡିଶାରେ ଚାଷୀ ମାନଙ୍କ ସମସ୍ୟା ନେଇ ନିଜର ଅସନ୍ତୋଷ ଜାହିର କଲେ ନିରଞ୍ଜନ

ଭୁବନେଶ୍ୱର - ଦୀର୍ଘ ବର୍ଷ ଧରି ରାଜ୍ୟ ଶାସନ ଦାୟିତ୍ୱରେ ଥିବା ବିଜେଡି ସରକାର, ଦଳର ନେତା ଓ କର୍ମୀମାନେ କୃଷି ଏବଂ କୃଷକର ବିକାଶକୁ ପ୍ରାଧାନ୍ୟ ଦିଆଯାଉଥିବା କହିଚାଲିଛନ୍ତି । ତେବେ ବାସ୍ତବ କ୍ଷେତ୍ରରେ ରାଜ୍ୟର ଚାଷୀକୂଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ଚକ୍ରବ୍ୟୁହ ଭିତରେ ତଳିତଳାନ୍ତ ହେବାରେ ଲାଗିଛନ୍ତି । ରାଜ୍ୟ ସରକାର ଏପର୍ଯ୍ୟନ୍ତ ଦୁର୍ଦ୍ଦିନରେ ଥିବା ଭାଗଚାଷୀଙ୍କ ସମସ୍ୟାର ସମାଧାନ କରିପାରିନାହାନ୍ତି । ଏଥିରୁ ପ୍ରକୃତ ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା କେତେ ତାହା ବୁଝାପଡେ । ଚାଷୀଙ୍କ ଆୟ ବହୁଗୁଣିତ ହୋଇଥିବା ଯାହା କୁହାଯାଉଛି ତାହା କେବଳ ସରକାରୀ ନଥିପତ୍ରର ପରିସଂଖ୍ୟାନ ବୋଲି କୁହାଯାଇପାରେ । କୃଷି କାର୍ଯ୍ୟରେ ନିୟୋଜିତ ଚାଷୀର ସମସ୍ୟା ସମାଧାନ ଦିଗରେ ମଧ୍ୟ ସରକାର ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । ଜଳସେଚନ ହେଉ କି ସାର, ବିହନ ଓ କୀଟନାଶକ ଯୋଗାଣ ହେଉ ସବୁଥିରେ ସରକାରୀ ଅର୍ଥ ତୋଷର ପାତ ଚାଷୀର ଦୁଃଖ ଲାଘବ କରିବାରେ ଅନ୍ତରାୟ ହୋଇପଡିଛି ବୋଲି ଆଜି ଏକ ପ୍ରେସବିଜ୍ଞପ୍ତିରେ ଆଜି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର  କହିଛନ୍ତି । ସେ କହିଛନ୍ତି ସରକାରୀ ଅଫିସର ଓ ରାଜନେତାମାନଙ୍କ ଅସାଧୁ ମେଂଟ ଚାଷୀକୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ସହ ରାଜ୍ୟ ସରକାରଙ୍କ ସୁସମ୍ପର୍କ ସମସ୍ତେ ଜାଣନ୍ତି । ଉଭୟଙ୍କ ଜାଣତରେ ସରକାରୀ ଯୋଜନା ଅର୍ଥ ବିପୁଳ ପରିମାଣରେ ବାଟମାରଣା ହେଉଥିବା ଅଭିଯୋଗ ହେବାରେ ଲାଗିଛି । ଚଳିତ ଖରିଫ୍ ଚାଷ ପାଇଁ ସାର ଆବଂଟନ ବ୍ୟବସ୍ଥାରେ କେନ୍ଦ୍ରସରକାର ଯେଉଁ ପରିମାଣର ସାର ଯୋଗାଣ ପ୍ରସ୍ତାବ ଦେଇଥିଲେ ତାହା ଆବଶ୍ୟକତା ଠାରୁ କମ ଥିଲେ ମଧ୍ୟ ରାଜ୍ୟ ସରକାର ରାଜି ହୋଇଥିଲେ । ଏବେ ଖରିଫ୍ ଚାଷ ସମୟରେ କେନ୍ଦ୍ର ସରକାର  ତିନିମାସ ହେଲା ଆବଶ୍ୟକ ପରିମାଣର ସାର ଦେଉନଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ଚଳିତ ଖରିଫରେ ରାଜ୍ୟ ପାଇଁ ଆବଂଟିତ ୨ ଲକ୍ଷ ୩୧ ହଜାର ୩୫୦ ମେଟ୍ରିକ ଟନ ୟୁରିଆ ବଦଳରେ ୧,୪୫,୧୪୫ ମେଟ୍ରିକ ଟନ ମିଳିଛି । ୨,୧୦,୦୦୦ ମେଟ୍ରିକ ଟନ ୟୁରିଆ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ରାଜ୍ୟ ରାଜି ହୋଇଥିଲା । ସେତିକି ମିଳିପାରିନାହିଁ । ସେହିପରି ୧,୫୨,୦୦୦ ମେଟ୍ରିକ ଟନ୍ ଡିଏପି ଜାଗାରେ ୯୭,୭୬୩ ମେଟ୍ରିକ ଟନ୍ ମିଳିଛି । ୧,୪୫,୦୦୦ ମେଟ୍ରିକ ଟନ୍ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର କହିଥିଲା । ସେହିପରି ୬୭, ୨୦୦ ମେଟ୍ରିକ ଟନ୍ ଏମଓପି ସ୍ଥାନରେ ୪୨,୮୬୭ ମିଳିଛି । ଯୋଗାଣ ପ୍ରସ୍ତାବରେ ୬୦ ହଜାର ମେଟ୍ରିକ ଟନ୍ ଥିଲେ । ୧,୬୭,୪୦୦ ମେଟ୍ରିକ ଟନ୍ ଏନପିକେଏସ୍ ସ୍ଥାନରେ ୧,୦୫,୭୯୮ ମେଟ୍ରିକ ଟନ୍ ମିଳିଥିବା ବେଳେ ୧,୪୨,୦୦୦ ମେଟ୍ରିକ ଟନ୍ ଦବାକୁ କେନ୍ଦ୍ର ଯୋଗାଣ ପ୍ରସ୍ତାବ ଦେଇଥିଲା । ମୋଟାମୋଟି ଆବଂଟନରେ ୬୨ ପ୍ରତିଶତ ୟୁରିଆ ମିଳିଥିବା ବେଳେ ଅନ୍ୟ ସାର କ୍ଷେତ୍ରରେ ଏହା ୬୦ ପ୍ରତିଶତ ଓ ୭୪ ପ୍ରତିଶତ ରହିଛି । ଚାଷ କାର୍ଯ୍ୟରେ ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଧିକ ୟୁରିଆ ବ୍ୟବହାର ହେଉଥିବା ବେଳେ ଜୁଲାଇ ଓ ଅଗଷ୍ଟ ଦୁଇମାସ ଅନ୍ୟ ସାର ଆବଶ୍ୟକ ପଡିଥାଏ । ଯଥା ସମୟରେ ସାର ନଆସିଲେ କୃଷି ଉତ୍ପାଦନ ଉପରେ ଏହାର ପ୍ରଭାବ ପଡିବ । 

ଏ ନେଇ ରାଜନୈତିକ ଯାତ୍ରା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଦଳର ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସାର ଯୋଗାଇ ଦେବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ସାର କଳାବଜାର ହେଉଥିବା ଅଭିଯୋଗ ହେଲାଣି ।

ପ୍ରଦର୍ଶନ କ୍ଷେତ୍ର ପାଇଁ ଆବଶ୍ୟକ କୀଟନାଶକ ଯୋଗାଣ ନେଇ କୃଷିି ଶିଳ୍ପ ନିଗମ ପ୍ରଥମ ଥର ପାଇଁ ଏବର୍ଷ ଅନଲାଇନ ଟେଣ୍ଡର କରିଥିଲା । କୀଟନାଶକ ଯୋଗାଣ କ୍ଷେତ୍ରରେ ଅତିମାତ୍ରାରେ ଅନିୟମିତତା ଯୋଗୁଁ ଏହାକୁ ବନ୍ଦ କରି ରଖାଯାଇଛି । ବଜାରରେ ୫ ଟଙ୍କା ମୂଲ୍ୟରେ ମିଳୁଥିବା ‘ଲିଓର’କୁ  ୯୫ ଟଙ୍କାରେ କିଣିବା ନେଇ ଆବେଦନକୁ ଗ୍ରହଣ କରାଯିବା ପରେ ବ୍ୟାପକ ଦୁର୍ନୀତିର ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହାକୁ କାର୍ଯ୍ୟକାରୀ କରାଯାଇପାରିନି । କୃଷି ଶିଳ୍ପ ନିଗମ ଗତ ୫ ବର୍ଷରେ ଯେତେ କୃଷି ସାମଗ୍ରୀ କିଣି ଚାଷୀଙ୍କୁ ଯୋଗାଇଛି ସେସବୁ ଉପରେ ଯୋଗାଣକାରୀ ସଂସ୍ଥା ମନଇଚ୍ଛା ମୂଲ୍ୟ ନେଇଛନ୍ତି । ଏହାର ତଦନ୍ତ ହେବା ଆବଶ୍ୟକ । କୃଷି ନିର୍ଦ୍ଦେଶକ ପଦରେ ୬ ବର୍ଷ ଧରି ଜଣେ ଅପିସର କାର୍ଯ୍ୟ କରିବା ପଛରେ କି ରହସ୍ୟ ରହିଛି ତାହା ସରକାର ସ୍ପଷ୍ଟ କରିବା ଉଚିତ । 

ଧାନ ସଂଗ୍ରହ ଠାରୁ ଆରମ୍ଭକରି ଚାଷୀଙ୍କ ଫସଲ ଋଣ, ସାର, ବିହନ, କୀଟନାଶକ ଓ କୃଷି ଯନ୍ତ୍ରପାତି ଯୋଗାଣ କ୍ଷେତ୍ରରେ ଅସାଧୁ ଅଫିସର ଓ ସଂପୃକ୍ତ ଶାସକ ଦଳର ରାଜନେତାଙ୍କ ସଂପୃକ୍ତି ଚାଷୀକୁ ଅଣନିଃଶ୍ୱାସୀ କରିଛି ।

ଆବଶ୍ୟକତା ଠାରୁ ବହୁ ଅଧିକ ଧାନ ଓଡିଶାରେ ଉତ୍ପାଦିତ ହେଉଛି । ଧାନକୁ ଛାଡି ଦେଲେ ଆଉ କୌଣସି କୃଷିଜାତ ଦ୍ରବ୍ୟ ଆବଶ୍ୟକ ମୁତାବକ ଉତ୍ପାଦନ ହେଉନାହିଁ । ଏବର୍ଷ ରବି ଋତୁରେ ଧାନ କିଣିବା ପାଇଁ ଚାଷୀମାନେ ଯେଉଁ ହନ୍ତସନ୍ତ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ, ତାହା ସମସ୍ତେ ଜାଣିଛନ୍ତି । ମୋଟାମୋଟି ଭାବରେ କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶାର ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ  ପ୍ରସ୍ତୁତ ନୁହଁନ୍ତି । ଓଡିଶା ସରକାର ଚାଷୀମାନଙ୍କୁ ଓଡିଶାର ଆବଶ୍ୟକତା ଦୃଷ୍ଟିରୁ  ଅର୍ଥକାରୀ ଫସଲ ଉତ୍ପାଦନ କରିବା ପାଇଁ ଯୋଜନା ଓ ସାହାଯ୍ୟ କରିବାର ଆବଶ୍ୟକତା ଅଛି । ପ୍ରକୃତରେ ଯଦି ସରକାର ଚାଷୀଙ୍କର ଉନ୍ନତି ଚାହାଁନ୍ତି, ତେବେ ଚାଷୀମାନେ କିପରି ଡାଲି, ତୈଳଜାତୀୟ ଶସ୍ୟ, ପିଆଜ, ଆଳୁ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଅର୍ଥ ଉପାର୍ଜନକାରୀ ଶସ୍ୟ ଉତ୍ପାଦନ କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ । କାଳିଅ ଯୋଜନା ଭଳି ଦାରିଦ୍ର‌୍ୟ ବଂଟନ କରନ୍ତୁ ନାହିଁ ।

୮୦ ପ୍ରତିଶତ ଲୋକଙ୍କୁ ଟଙ୍କିକିଆ ଚାଉଳ ଦିଆଯାଉଥିବା କହି ସରକାର ବାହାବା ନେଉଥିବା ବେଳେ ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ ଏହି ଯୋଜନାରେ ସାମିଲ କଲେ ରାଜ୍ୟର ସବୁ ଲୋକେ ଉପକୃତ ହୋଇପାରନ୍ତେ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ଆଇଏଏସ, ଓଏଏସ ଅଫିସର ଯେଉଁ ଚାଉଳ ପାଇବେ ସେଇ ଚାଉଳ ଗରିବ ଲୋକ ପାଖରେ ପହଂଚନ୍ତ । ବଳକା ଚାଉଳ ଖାଦ୍ୟ ନିଗମ ଉଠାଉନଥିବା କହି ସରକାରୀ ଦଳ ଆନ୍ଦୋଳନ କରିବା ପରିସ୍ଥିତି ସୃଷ୍ଟି ହୁଅନ୍ତାନି । ବଳକା ଚାଉଳ ଗୋଦାମରେ ପଡି ନଷ୍ଟ ହେଉଛି । ବାସ୍ତବରେ ଓଡିଶାରେ ଯଦି ଚାଉଳ ବଳକା ହେଉଛି ତେବେ ପଡୋଶୀ ରାଜ୍ୟରୁ ଆସୁଥିବା ପ୍ୟାକେଟ ଚାଉଳ ବିକ୍ରି ହେଉଛି କିପରି । ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳ ଖୋଲା ବଜାରରେ କିପରି ବିକ୍ରି ହେଉଛି । ଏସବୁ ପ୍ରଶ୍ନ ଉପରେ ସରକାର ଉତର ରଖିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Powered by Froala Editor

Tags Inc congress, Congress , Niranjan Patnaik

Related articles Odisha News Lens 4.1

  • ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ଦୁଇଜଣ ଆହତ
    ଦେଶ-ଦେଶାନ୍ତର

    ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ଦୁଇଜଣ ଆହତ

    15131
    Feb 14, 2026
  • ପାକିସ୍ତାନକୁ ୬୧ ରନରେ ହରାଇଲା ସୂର୍ଯ୍ୟକୁମାର ଟିମ୍
    ଖେଳ ଖବର

    ପାକିସ୍ତାନକୁ ୬୧ ରନରେ ହରାଇଲା ସୂର୍ଯ୍ୟକୁମାର ଟିମ୍

    14205
    Feb 15, 2026
  • ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ନୂତନ ପରମ୍ପରା ଚଲାଉଛନ୍ତି: ଶାହ
    ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ନୂତନ ପରମ୍ପରା ଚଲାଉଛନ୍ତି: ଶାହ

    15545
    Feb 14, 2026
  • ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ

    14004
    Feb 14, 2026
  • ୧୦ ମାସର ଝିଅ ସର୍ବକନିଷ୍ଠ ଅଙ୍ଗ ଦାତା
    ଦେଶ-ଦେଶାନ୍ତର

    ୧୦ ମାସର ଝିଅ ସର୍ବକନିଷ୍ଠ ଅଙ୍ଗ ଦାତା

    13365
    Feb 15, 2026
  • ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ
    ଦେଶ-ଦେଶାନ୍ତର

    ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ

    15582
    Feb 14, 2026
  • ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ
    ଦେଶ-ଦେଶାନ୍ତର

    ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ

    15019
    Feb 14, 2026
  • ଆଜି ପୁଲୱାମା ଆକ୍ରମଣକୁ ପୁରିଲା ୭ବର୍ଷ, ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ...
    ଦେଶ-ଦେଶାନ୍ତର

    ଆଜି ପୁଲୱାମା ଆକ୍ରମଣକୁ ପୁରିଲା ୭ବର୍ଷ, ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ...

    15376
    Feb 14, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ
    ବିଶେଷ

    ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15476
    Feb 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ

    15019
    Feb 14, 2026
  • ଖେଳ ଖବର

    ପାକିସ୍ତାନକୁ ୬୧ ରନରେ ହରାଇଲା ସୂର୍ଯ୍ୟକୁମାର ଟିମ୍

    14205
    Feb 15, 2026
  • ଦେଶ-ଦେଶାନ୍ତର

    ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ

    15582
    Feb 14, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17337
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17405
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17750
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16225
    Apr 03, 2021

ବିଶେଷ

  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15476
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15928
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    16329
    Feb 12, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    14076
    Feb 11, 2026
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14722
    Feb 10, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14950
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14463
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16069
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15351
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ

    15582
    Feb 14, 2026
  • ହେଲମେଟ କାରଖାନାରେ ବଡ଼ ଅଗ୍ନିକାଣ୍ଡ

    15483
    Feb 14, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15476
    Feb 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In