ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ କଲା ଦୁଷ୍କର୍ମ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରୁ ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ମହିଳାଜଣକ ଦୁଷ୍କର୍ମର ଶିକାର ହୋଇଛନ୍ତି। ଆଉ ଦୁଷ୍କର୍ମ କରିଛନ୍ତି ଖୋଦ ତଲାକ୍ ଦେଇଥିବା ବ୍ୟକ୍ତିଙ୍କ ବଡ଼ ଭାଇ। ଏନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।
ମହିଳା ଜଣକ ତାଙ୍କ ଏତଲାରେ କହିଛନ୍ତି ଯେ, ସେ ବର୍ଷକ ପୂର୍ବରୁ ନଦୀମଙ୍କୁ ବିବାହ କରିଥିଲେ। ବିବାହରେ ତାଙ୍କ ପରିବାର ଲୋକେ ଯୌତୁକ ବାବଦକୁ ଘରୋଇ ଆସବାବପତ୍ର, ଏକ ମୋଟରସାଇକେଲ, ଗହଣା ଏବଂ ୨ ଲକ୍ଷ ନଗଦ ଟଙ୍କା ଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।
ମହିଳା କହିଛନ୍ତି, ମେ ୧୯ ତାରିଖ ରାତିରେ ତାଙ୍କ ସ୍ବାମୀ ତାଙ୍କୁ ମାରପିଟ୍ କରିଥିଲେ। ଯେଉଁଥିପାଇଁ ପୂର୍ବରୁ ସର୍ଜରୀ ହୋଇଥିବା ସ୍ଥାନରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ନଦୀମ ତାଙ୍କୁ ତିନି ଥର ତଲାକ କହି ଘରୁ ବାହାରିଯିବାକୁ କହିଥିଲେ। ଏହା ପରଦିନ ସେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ନଦୀମ ଓ ତାଙ୍କ ପରିବାର ଲୋକ ବୁଝାସୁଝା କରିବା ସହ ପୁଣି ଆଉ ଥରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଘରକୁ ନେଇଥିଲେ।
ହେଲେ ସ୍ଥିର ହୋଇଥିବା ମେ ୩୦ ତାରିଖରେ ବିବାହ ପୂର୍ବରୁ ନଦୀମ ମହିଳାଙ୍କୁ ତାଙ୍କ ବଡ଼ ଭାଇ ୱାସିମଙ୍କ ସହିତ ହଲାଲା କରିବାକୁ ପଡିବ। ସେ ଏହାକୁ ବିରୋଧ କରିଥିଲେ ମଧ୍ୟ ୱାସିମ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ପର ମୁହୁର୍ତ୍ତରେ କୌଣସିମତେ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଏବଂ ସେମାନେ ମହିଳାଙ୍କୁ ତାଙ୍କ ଶାଶୁଘରୁ ନେଇଯାଇଥିଲେ। ପୋଲିସ ନାଦୀମ ଓ ୱାସିମଙ୍କୁ ଗିରଫ କରିବା ସହିତ ମାମଲାର ତଦନ୍ତ ଆରମ୍ଭ କରିଛି।
Powered by Froala Editor