ଗର୍ଭରେ ସନ୍ତାନ ରଖିବେ କି ନାହିଁ, ସ୍ତ୍ରୀ ନେବେ ନିଷ୍ପତ୍ତି
ମହିଳାମାନଙ୍କ ପ୍ରଜନନ ଅଧିକାରକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଞ୍ଚ୍ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟ ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି, ଯଦି ଜଣେ ମହିଳା ଗର୍ଭବତୀ ହୁଅନ୍ତି , ତେବେ ଗର୍ଭଧାରଣ ଜାରି ରଖିବା କିମ୍ବା ଏହାକୁ ସମାପ୍ତ କରିବା ନିଷ୍ପତ୍ତି କେବଳମ ମହିଳାଙ୍କ ଉପରେ ନିର୍ଭର କରେ । କୋର୍ଟ କହିଛନ୍ତି, ଯେ ଗର୍ଭପାତ ପାଇଁ ସ୍ୱାମୀଙ୍କ ସମ୍ମତି ଆବଶ୍ୟକ ନୁହେଁ । ବେଞ୍ଚ ୧୩ ସପ୍ତାହ ଗର୍ଭବତୀ ବିବାହିତ ମହିଳାଙ୍କୁ ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସିଂ (MTP) ଆଇନ୍ ଅନୁଯାୟୀ ତାଙ୍କର ଗର୍ଭଧାରଣ ସମାପ୍ତ କରିବାକୁ ଅନୁମତି ମଧ୍ୟ ଦେଇଛନ୍ତି । ମୋଟାମୋଟି ଭାବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ କହିଛନ୍ତି ଯେ, ଜଣେ ମହିଳାଙ୍କର ସନ୍ତାନକୁ ତାଙ୍କ ଗର୍ଭରେ ରଖିବା କିମ୍ବା ଗର୍ଭପାତ କରିବା ନିଷ୍ପତ୍ତି ନେବାର ଅଧିକାର ଅଛି । ଏଥିପାଇଁ ସ୍ୱାମୀଙ୍କ ସମ୍ମତି ଆବଶ୍ୟକ ନୁହେଁ ।
ଜୁନ୍ ୨୯, ୨୦୨୬ ରେ ହାଇକୋର୍ଟଙ୍କ ଇନ୍ଦୋର ବେଞ୍ଚ୍ ଜଣେ ୧୩ ସପ୍ତାହର ଗର୍ଭବତୀ ବିବାହିତ ମହିଳାଙ୍କୁ ‘ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗନାନ୍ସି’ (MTP) ଆକ୍ଟ ଅଧୀନରେ ଗର୍ଭପାତ ପାଇଁ ଅନୁମତି ଦେଇ ଏହି ମାମଲାର ସମାଧାନ କରିଛନ୍ତି ।
ଏହି ମାମଲାଟି ପରସ୍ପରଠାରୁ ଅଲଗା ରହୁଥିବା ଜଣେ ପତି-ପତ୍ନୀଙ୍କ ସହ ଜଡ଼ିତ । ୨ ବର୍ଷ ପୂର୍ବେ ସେମାନଙ୍କର ବିବାହ ହୋଇଥିଲା, ମାତ୍ର ପାରିବାରିକ ବିବାଦ ଯୋଗୁଁ ଉଭୟ ନିଜ ସହମତିରେ ଅଲଗା ରହୁଥିଲେ । ଏହି ସମୟରେ ମହିଳା ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ଗର୍ଭପାତ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ନିଜ ଓକିଲ ଜି.ପି. ସିଂହଙ୍କ ଜରିଆରେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ ।
ମହିଳା ଜଣକ କହିଥିଲେ ଯେ, ବୈବାହିକ ସମ୍ପର୍କ ଭାଙ୍ଗିଗଲେ ସନ୍ତାନ ଜନ୍ମ କରିବା ପାଇଁ ତାଙ୍କ ମାନସିକ, ସାମାଜିକ ଏବଂ ଭାବପ୍ରବଣ ଭାବରେ କଷ୍ଟକର ହେବ । ଭାବିଷ୍ୟତକୁ ଚିନ୍ତା କରି, ସେ ଗର୍ଭଧାରଣ ଜାରି ନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
Powered by Froala Editor