ଏହି ଜିଲ୍ଲାରେ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା ପାଇଁ କନ୍ଧମାଳ ଜିଲାପାଳ ବେଦ ଭୂଷଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ କନ୍ଧମାଳ ଜିଲା ଶିକ୍ଷା ଅଧିକାରୀ ରାଜେଶ ସ୍ବାଇଁ ଜିଲାର ସମସ୍ତ ଅଫିସିଆଲ ଗ୍ରୁପରେ ମେସେଜ ଦେବା ସହ ଜିଲାପାଳଙ୍କ ଚିଠିକୁ ସମ୍ପ୍ରସାରଣ କରିଛନ୍ତି। ତେବେ ଜିଲାର ଦାରିଙ୍ଗବାଡ଼ି ବ୍ଲକର ୨୫ଟି ପଞ୍ଚାୟତରୁ ଅଧିକାଂଶ ପଞ୍ଚାୟତରେ ବିଦ୍ୟୁତ ଅଚଳ ହୋଇପଡ଼ିଥିବା ବେଳେ ନେଟ୍ଓ୍ବର୍କ୍ ମଧ୍ୟ ଅଚଳ ହୋଇପଡ଼ିଛି। ସେହିପରି ବିଦ୍ୟୁତ୍ ନ ଥିବାରୁ ଏକାଧିକ ଶିକ୍ଷୟିତ୍ରୀଶିକ୍ଷକଙ୍କ ମୋବାଇଲ ସୁଇଚ୍ ଅଫ୍ ହୋଇଯାଇଛି। ଯେଉଁଠି ସୂଚନା ମିଳିଛି ସେଇଠି ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଉଥିବା ଜଣାପଡ଼ିଛି।
Powered by Froala Editor