କନ୍ଧମାଳରେ ଲଗାଣବର୍ଷା ଜାରି: ଅନ୍ଧାରରେ ରହିଛନ୍ତି ଗ୍ରାମବାସୀ
ଦାରିଙ୍ଗବାଡି: କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ଶନିବାରଠାରୁ ଦାରିଙ୍ଗବାଡ଼ି ବ୍ଲକର ଏକାଧିକ ଫିଡ଼ର ଅଚଳ ହୋଇପଡିଛି ଉକ୍ତ ବ୍ଲକର ଦାରିଙ୍ଗବାଡ଼ି ସମେତ ଶ୍ରାନିକେତା, ସିମନବାଡ଼ି, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ ଓ ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି ଉପଭୋକ୍ତା। ଦାରିଙ୍ଗବାଡ଼ି ସବଷ୍ଟେଶନକୁ କ. ନୂଆଗାଁଠାରୁ ୩୩ କେଭି ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ଦାରିଙ୍ଗବାଡ଼ିଠାରୁ ଦାସିଙ୍ଗବାଡ଼ି, ପର୍ତ୍ତମାହା, ସିମନବାଡ଼ି ଆଦିକୁ ୧୧ କେଭି ବଦ୍ୟୁତ୍ ସଂଯୋଗ ଯାଇଛି କିନ୍ତୁ ୩ ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଦ୍ୟୁତ୍ ଠପ୍ ହୋଇଯାଇଛି। ସେହିପରି ବିଦ୍ୟୁତ୍ ଅଚଳର କିଛି ସମୟ ମଧ୍ୟରେ ସିମନବାଡ଼ିର ବିଏସ୍ଏନ୍ଏଲ ଓ ଜିଓ ନେଟ୍ଓ୍ବର୍କ ଫେଲ୍ ହୋଇଯାଇଛି। ସିମନବାଡ଼ି ମୋବାଇଲ ଟାଓ୍ବାରରେ ୨ଟି ଯାକ ନେଟଓ୍ବର୍କ ରହିଥିବା ବେଳେ ଦୀର୍ଘବର୍ଷ ଧରି ଜେନେନେଟର ଅଚଳ ଯୋଗୁ ବିଦ୍ୟୁତ୍ କାଟ୍ ହେବାର କିଛି ସମୟ ମଧ୍ୟରେ ମୋବାଇଲ, ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡୁଛି। ଏନେଇ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି କିନ୍ତୁ ଏହାର ସମାଧାନ ହେଉ ନ ଥିବା ସିମନବାଡ଼ିର ଅଭିଯୋଗକାରୀ ଅମରେନ୍ଦ୍ର ପ୍ରଧାନ କହିଛନ୍ତି।
Powered by Froala Editor