ପଦ୍ମ ପୁରସ୍କାର ବିଜେତାଙ୍କୁ ରଥଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ଚଳିତବର୍ଷ ରଥଯାତ୍ରା ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମନ୍ତ୍ରଣ କରିଛନ୍ତି। ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଦେଶ ଓ ସମାଜ ପ୍ରତି ଆପଣମାନଙ୍କ ଅବଦାନ ପାଇଁ ଓଡ଼ିଶା ଗର୍ବିତ। କର୍ମ କ୍ଷେତ୍ରରେ ଆପଣଙ୍କ ଦକ୍ଷତା, ନିଷ୍ଠା ଏବଂ ଆଦର୍ଶ ସେବା ଯୋଗୁଁ ଦେଶ ଆପଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛି। ଆପଣଙ୍କର ଏହି ସଫଳତା ଆମ ସମାଜ ଓ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ହେଉଛି ଆମ ସଂସ୍କୃତିର ଅନନ୍ୟ ପ୍ରତୀକ। ପ୍ରତିବର୍ଷ ଲକ୍ଷଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଦିବ୍ୟଯାତ୍ରାର ସାକ୍ଷୀ ହୋଇ ତାଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ପୁରୀରେ ଏକତ୍ରିତ ହୁଅନ୍ତି। ଚଳିତବର୍ଷ ରଥଯାତ୍ରାରେ ଯୋଗଦେବା ପାଇଁ ମୁଁ ଆପଣଙ୍କୁ ସସମ୍ମାନେ ଆମନ୍ତ୍ରଣ କରୁଛି।
Powered by Froala Editor