ଅନବସର ୫ ଦିନ: ଫିଟିବ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ
ପୁରୀ: ସ୍ନାନବେଦିରେ ୧୦୮ ଗରା ଜଳ ଲାଗି ପରେ ଶ୍ରୀବିଗ୍ରହ ଅସୁସ୍ଥ । ଶୀଘ୍ର ଆରୋଗ୍ୟ କାମନା କରି ଦଇତାପତି ସେବକମାନେ ଅଣସର ଘରେ ଦାରୁବ୍ରହ୍ମଙ୍କ ଗୁପ୍ତ ପୂଜାରେ ଲାଗିଛନ୍ତି । ଅନବସର ୫ ଦିନ ଶୁକ୍ରବାର ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିବ । ବର୍ଷ ତମାମ ଦାରୁଦିଅଁ ଲାଗି ହୋଇଥିବା ଚନ୍ଦନ ଓ କରାଳ ଖୋଲାଯିବ। ୪ ତାରିଖ ଶନିବାର ଠାକୁର ଫୁଲୁରୀ ଲାଗି ନୀତି । ପରକୁ ଓଷୁଅ ଲାଗି ଆରମ୍ଭ ହେବ । ଓଷୁଅ ଲାଗି ପରେ ଠାକୁରେ ଚକାକୁ ଉଠିବେ । ସାଧାରଣ ମନୁଷ୍ୟ ଭଳି ଠାକୁରଙ୍କୁ ମଧ୍ୟ ପଥି, ପାଚନ ଓ ଔଷଧର ଆବଶ୍ୟକତା ପଡ଼ୁଛି । ସ୍ୱତନ୍ତ୍ର ପଣା "ପାଚନ ପାଣି' ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି । ଦଇତାପତିମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଣା ଭୋଗରେ ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ଲୋଭ ରହିଥାଏ ।
ଏହି ଅଣସର ପଣା ସର, କର୍ପୂର ଆଦି ଦ୍ରବ୍ୟ ମିଶି ପ୍ରସ୍ତୁତ ହୋଇଥାଏ । ଅନବସରରେ ପ୍ରତିଦିନ ଶ୍ରୀବିଗ୍ରହଙ୍କୁ ଦୁଇଥର ପଣା ଓ ଚକଟା ଭୋଗ ଅର୍ପଣ କରାଯାଉଛି ।
Powered by Froala Editor