ଉତ୍ତର-ପୂର୍ବ ଜାପାନରେ ଭୂକମ୍ପ, ସୁନାମୀ ଚେତାବନୀ ନାହିଁ
ଉତ୍ତର-ପୂର୍ବ ଜାପାନର ତୀବ୍ରତା ୬.୧ ଥିବା ଜଣାପଡିଛି । କିନ୍ତୁ ଏହି ଭୂକମ୍ପ ପରେ କୌଣସି ସୁନାମୀ ଚେତାବନୀ ଜାରି କରାଯାଇନାହିଁ । ବର୍ତ୍ତମାନ ଏହି ଭୂକମ୍ପ ଯୋଗୁଁ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ସୂଚନା ନାହିଁ । କ୍ରମାଗତ ଭୂମିକମ୍ପ ଯୋଗୁଁ ମାଟି ଅତଡ଼ା ଖସିବାର ଆଶଙ୍କା ବୃଦ୍ଧି ପାଇଛି ।
ସୂଚନାନୁଯାୟୀ, ଆଜି ସକାଳ ୭ଟା ୨୫ ମିନିଟରେ ଇୱାଟ ପ୍ରଦେଶର ଉପକୂଳରେ ଭୂକମ୍ପ ହୋଇଥିଲା। ଯାହାର ଗଭୀରତା ପ୍ରାୟ ୪୦ କିଲୋମିଟର ଥିଲା। ଏହି ଭୂକମ୍ପ ଆଓମୋରି ପ୍ରଦେଶ ଏବଂ ନିକଟସ୍ଥ ଅନ୍ୟାନ୍ୟ ଅଞ୍ଚଳକୁ ଥରାଇ ଦେଇଥିଲା ।
ଜାପାନ ପାଣିପାଗ ସଂସ୍ଥା (JMA) ରିପୋର୍ଟ କରିଛି ଯେ ରବିବାର (ଜୁନ୍ ୨୮) ସକାଳେ ଉତ୍ତର-ପୂର୍ବ ଜାପାନର ଇୱାଟେ ପ୍ରଦେଶର ଉପକୂଳରେ ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ସଂସ୍ଥା ଏହା ମଧ୍ୟ କହିଛି ଯେ ଏହି ଭୂମିକମ୍ପରୁ ସୁନାମିର କୌଣସି ଆଶଙ୍କା ନାହିଁ। JMA ଅନୁଯାୟୀ, ଭୂମିକମ୍ପ ସକାଳ ୫:୨୧ ରେ ୪୧ କିଲୋମିଟର ଗଭୀରତାରେ ହୋଇଥିଲା।
JMA ଉଲ୍ଲେଖ କରିଛି ଯେ ଏହି ଭୂମିକମ୍ପ ଜୁନ୍ ୨୫ ତାରିଖରେ ଇୱାଟେ ଉପକୂଳ ନିକଟରେ ହୋଇଥିବା ଭୂମିକମ୍ପର ସମାନ ଅଞ୍ଚଳରେ ଘଟିଥିଲା, ଯାହାର ତୀବ୍ରତା ୬ ରୁ ଅଧିକ ଥିଲା।
Powered by Froala Editor