ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ: ସିଆଙ୍କ ମାଆ
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ କେତନ ଅଗ୍ରୱାଲଙ୍କ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଛି ସିଆ ବାପା, ମାଆଙ୍କ ପ୍ରତିକ୍ରିୟା। କେତନ ଅଗ୍ରୱାଲଙ୍କ ହତ୍ୟା ଅଭିଯୋଗର ତଦନ୍ତ ମଧ୍ୟରେ, ମୁଖ୍ୟ ଅଭିଯୁକ୍ତ ସିଆ ଗୋଏଲଙ୍କ ପିତାମାତା ଏହି ଘଟଣାରେ ଗଭୀର ମର୍ମାହତ ହୋଇଛନ୍ତି। ସେମାନେ କେତନଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ଜଣାଇଛନ୍ତି। ପିତାମାତା କହିଛନ୍ତି ଯେ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋରତମ ଦଣ୍ଡ ମିଳିବା ଉଚିତ, ସେ ସେମାନଙ୍କ ଝିଅ ବି ହେଉ। ସିଆଙ୍କ ପିତା ପ୍ରବୀଣ ଗୋଏଲ କେତନଙ୍କ ମୃତ୍ୟୁ ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କେତନଙ୍କ ପରିବାର ପାଇଁ କ୍ଷତି ଅକଳ୍ପନୀୟ।
ପ୍ରବୀଣ ଗୋଏଲ କହିଛନ୍ତି, “ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ମୁଁ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନାହିଁ।” କେତନ ସେମାନଙ୍କ ପାଇଁ ପୁଅ ପରି ଥିଲେ, ଏବଂ ସେମାନେ ତାଙ୍କୁ ବହୁତ ଭଲ ପାଉଥିଲେ। ଏତେ ମିଠା, ପ୍ରତିଭାଶାଳୀ, ଭଲ ପୁଅ, ଆଜି ଆମେ ତାଙ୍କୁ ହରାଇଲୁ। ଜଣେ ପିତା ଭାବରେ, ପୁଅକୁ ହରାଇବା ଠାରୁ ବଡ଼ ଯନ୍ତ୍ରଣା ଆଉ କିଛି ନାହିଁ। ସିଆଙ୍କ ଜନ୍ମଦିନ କିଛି ଦିନ ପୂର୍ବରୁ ପାଳନ କରାଯାଇଥିଲା, ଏବଂ ସେମାନେ ଏକ ଭଲ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ।
ସିଆଙ୍କ ମାଆ ପୂଜା ଗୋୟଲ ମଧ୍ୟ ଏହି ଘଟଣାରେ ମର୍ମାହତ ହୋଇ କହିଛନ୍ତି, ଯିଏ ଦାୟୀ ତା’କୁ ଦଣ୍ଡ ମିଳୁ। ଫାଶୀ ମିଳୁ। ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ। ନ୍ୟାୟ ମିଳିବା ଆବଶ୍ୟକ। “ଯେତେବେଳେ ମୁଁ ଏହି ଘଟଣା ବିଷୟରେ ଶୁଣିଲି, ମୁଁ ଗଭୀର ଭାବରେ ମର୍ମାହତ ହୋଇଗଲି। ଦୁଇଟି ପରିବାର ନଷ୍ଟ ହୋଇଯାଇଥିବାରୁ ଯନ୍ତ୍ରଣା ଅନୁଭବ କରୁଛି।
ସେ ସ୍ପଷ୍ଟ କରିଥିଲେ ଯେ ଏହି ଦଣ୍ଡ ତାଙ୍କ ଝିଅକୁ ମଧ୍ୟ ଦିଆଯିବା ଉଚିତ। “ଯଦି ମୋ ଝିଅ ଦୋଷୀ ସାବ୍ୟସ୍ତ ହୁଏ, ତେବେ ଦାୟୀ ବ୍ୟକ୍ତିଙ୍କୁ କେତନ ଯେଉଁ ସ୍ଥାନରୁ ପଡ଼ିଥିଲେ, ସେହି ସ୍ଥାନରୁ ଫିଙ୍ଗି ଦିଆଯିବା ଉଚିତ, ବୋଲି ସେ କହିଛନ୍ତି।
Powered by Froala Editor