ଦିଲ୍ଲୀ-ଏନସିଆର ସମେତ ଜମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା
ଦିଲ୍ଲୀ ଏନସିଆର ସମେତ ଜମ୍ମୁ-କାଶ୍ମୀର ଉତ୍ତର ଭାରତର କିଛି ରାଜ୍ୟରେ ମଧ୍ୟ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି। ଏହାର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁକୁଶରେ ଭୂପୃଷ୍ଠ ଠାରୁ ୨୧୫ କିଲୋମିଟରର ଗଭୀରତାରେ ଥିବା କୁହାଯାଉଛି। ରିକ୍ଟର ସେକ୍ସରେ ଏହାର ତୀବ୍ରତା ୬.୨ ମପା ଯାଇଛି।
ଭୂକମ୍ପର ଝଟକା ଏତେ ଜୋରରେ ଥିଲା ଯେ, ଘର ଓ ଅଫସିରେ ବସିଥିବା ଲୋକେ ଭୟରେ ବାହାରକୁ ଦୌଡ଼ିଥିଲେ। ହେଲେ ଏଥିରେ ଧନଜୀବନ ନଷ୍ଟ ହେବାର ଖବର ଆସି ନାହିଁ।
ଏହା ପୂର୍ବରୁ ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ଶୁକ୍ରବାର ଠାରୁ ଏବେସୁଦ୍ଧା ମଧ୍ୟମ ତୀବ୍ରତାର ଅତି କମରେ ପାଞ୍ଚଟି ଭୂକମ୍ପ ଆସି ସାରିଛି। ବିଶେଷଜ୍ଞଙ୍କ ମୁତାବିକ , ଭୂକମ୍ପର କେନ୍ଦ୍ର ଯେତେ ଗଭୀର ହୋଇଥାଏ, ସେତେ ବ୍ୟାପକ ଭାବେ ଏହାର ପ୍ରଭାବ ଦେଖାଯାଏ। ହେଲେ ଏଥିରେ କ୍ଷୟକ୍ଷତି ହେବାର ସମ୍ଭାବନା କମ୍ ଥାଏ। ସୋସିଆଲ ମିଡିଆରେ ଲୋକେ ଦିଲ୍ଲୀ ଓ ଶ୍ରୀନଗର ସମେତ ଭାରତର ଅନେକ ସ୍ଥାନରେ ଝଟକା ଅନୁଭୂତ ହେବାର କଥା କହୁଛନ୍ତି।
Powered by Froala Editor