ଗାଲାକ୍ସି ଆପାର୍ଟମେଣ୍ଟ ଛାଡ଼ି ଦେବେ ସଲମାନ
ବଲିଉଡ ଅଭିନେତା ସଲମାନ ଖାନ ଖୁବ୍ ଶୀଘ୍ର ବାନ୍ଦ୍ରାରେ ଥିବା ତାଙ୍କର ଗାଲାକ୍ସି ଆପାର୍ଟମେଣ୍ଟ ବାସଭବନ ଛାଡି ନୂଆ ବିଲ୍ଡିଂକୁ ଯାଇପାରନ୍ତି। କୁହାଯାଉଛି ସଲମାନ ବାନ୍ଦ୍ରାରେ ଏକ ୬ ମହଲା ବିଶିଷ୍ଟ ସମୁଦ୍ରମୁଖୀ ଘର ନିର୍ମାଣ କରୁଛନ୍ତି। ନୂଆ ଘରଟି ବାନ୍ଦ୍ରାର ଚିମ୍ବାଇ ଅଞ୍ଚଳରେ ଅବସ୍ଥିତ, ଯାହାକି ସଲମାନଙ୍କ ବର୍ତ୍ତମାନର ବାସସ୍ଥାନ ଗାଲାକ୍ସି ଆପାର୍ଟମେଣ୍ଟଠାରୁ ଅଳ୍ପ ଦୂରରେ ଅବସ୍ଥିତ। ଏହି ଆବାସିକ କୋଠା ନିର୍ମାଣ ପାଇଁ ସେ ମହାରାଷ୍ଟ୍ର କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥରିଟି (MCZMA)ରୁ ଅନୁମୋଦନ ପାଇଛନ୍ତି। ପ୍ଲଟ ତାଙ୍କ ମା’ଙ୍କ ନାମରେ ପଞ୍ଜୀକୃତ ହୋଇଛି। ସଲ୍ଲୁ ଆଗକୁ ଗାଲାକ୍ସି ଛାଡି ନୂଆ ଘରକୁ ଶିଫ୍ଟ ହେବେ।
ବିଷ୍ନୋଇ ଗ୍ୟାଙ୍ଗର ନିରନ୍ତର ଧମକ ଏବଂ ୨୦୨୪ ଗୁଳିକାଣ୍ଡ ଘଟଣା ସହିତ ଏହାକୁ ଯୋଡା ଯାଉଛି। ରିପୋର୍ଟ ଅନୁଯାୟୀ, ସଲମାନ ଖାନ ବାନ୍ଦ୍ରାରେ ଛଅ ମହଲା ବିଶିଷ୍ଟ ଏକ ଘର ନିର୍ମାଣ କରୁଛନ୍ତି। ଏଥିପାଇଁ ତାଙ୍କୁ ଅନୁମୋଦନ ମିଳିଛି। ସୂତ୍ର ଅନୁସାରେ ନିର୍ମାଣ ସମାପ୍ତ ହେବା ପରେ, ଅଭିନେତା ତାଙ୍କ ସମ୍ପୂର୍ଣ୍ଣ ପରିବାର ସହିତ ନୂତନ ଘରକୁ ସିଫ୍ଟ ହୋଇଯିବେ।
ସଲମାନ ଖାନ ୧୯୭୪ ମସିହାରୁ ଗାଲାକ୍ସି ଆପାର୍ଟମେଣ୍ଟରେ ରହୁଛନ୍ତି। ସେଠାରେ ସେ ତାଙ୍କ ମା’ବାପାଙ୍କ ସହିତ ରହୁଛନ୍ତି। ତାଙ୍କ ଭାଇ ଅରବାଜ ନିଜ ପରିବାର ସହିତ ଏକ ପୃଥକ ମହଲାରେ ରହୁଛନ୍ତି।
Powered by Froala Editor