କରାଚିରେ ଅର୍ଦ୍ଧସାମରିକ ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ
ପାକିସ୍ତାନ କରାଚିରେ ଥିବା ଅର୍ଦ୍ଧସାମରିକ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ତାଲିବାନ ସହ ଯୋଡି ହୋଇଥିବା ଜମାତ-ଉଲ-ଆହରାର ନିଜକୁ ଏହି ଘଟଣା ପାଇଁ ଦାୟୀ କରିଛି ।
ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବିକ , ଆକ୍ରମଣ ଗୁଲିସ୍ତାନ-ଏ-ଜୋହର ଅଞ୍ଚଳର ଏକ ପ୍ରମୁଖ ସଡ଼କରେ ହୋଇ ଥିଲା, ଯାହା କରାଚୀ ୟୁନିଭର୍ସିଟି ଓ ସହରରେ ଥିବା ଆହୁରି ଅନେକ ବିଶ୍ୱବିଦ୍ୟାଳୟକୁ ଯୋଡ଼ି ହେବା ସହ ପାକିସ୍ତାନ ପାଣିପାଗ ବିଭାଗ ଆଡ଼କୁ ଯାଇଛି। ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରି ଦିଆଯାଇଛି।
ସୂଚନା ଅନୁଯାୟୀ, ଗୁଲିସ୍ତାନ-ଏ-ଜୋହର ଅଞ୍ଚଳରେ ଥିବା ସିନ୍ଧ ରେଞ୍ଜର୍ସର ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଛି । ପାକିସ୍ତାନ ସେନାର ପାଲଟା ଆକ୍ରମଣରେ ୬ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀମାନେ ଗାଡ଼ିରେ ଆସି ମୁଖ୍ୟ ଫାଟକ ଭାଙ୍ଗି କମ୍ପ୍ଲେକ୍ସରେ ପ୍ରବେଶ କରିଥିଲେ। ତା'ପରେ ସେମାନେ ହ୍ୟାଣ୍ଡ୍ ଗ୍ରେନେଡ୍ ଫିଙ୍ଗିବା ସହ ଅଖିବୁଜା ଗୁଳି ଚଳାଇଥିଲେ । ପାକିସ୍ତାନର ସ୍ପେଶାଲ୍ ସିକ୍ୟୁରିଟି ୟୁନିଟ୍ , ଆଣ୍ଟି-ଟେରୋରିଷ୍ଟ ଫୋର୍ସ ଏବଂ ରେଞ୍ଜର୍ସ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଆକ୍ରମଣକାରୀମାନେ ତେହରିକ-ଏ-ତାଲିବାନ ପାକିସ୍ତାନର ଏକ ଗୋଷ୍ଠୀ ଜମାତ-ଉଲ-ଆହରର ସହିତ ଜଡିତ ବୋଲି ଜଣାପଡିଛି ।
Powered by Froala Editor