ଆନ୍ଧ୍ର ଓଡିଶା ସୀମାନ୍ତରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ
ମାଲକାନଗିରି: ଆଣ୍ଟି ନକ୍ସଲ ଅପରେସନ ରେ ମାଲକାନଗିରି ପୋଲିସ କୁ ବଡ ସଫଳତା। ଆନ୍ଧ୍ର ଓଡିଶା ସୀମାନ୍ତ ରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଜବତ ସାମଗ୍ରୀ ଆନ୍ଦ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟି ( AOBSZC ) କମିଟି ର ହୋଇଥିବା ସୂଚନା ଦେଲେ ମାଲକାନଗିରି ଏସିପି । ଜବତ ସାମଗ୍ରୀ ମଧ୍ୟରେ ୨ ଟି SLR ବନ୍ଧୁକ, ୨ଟି ଦେଶୀ ପିସ୍ତଲ , ଗୋଟିଏ ୟୁଏସେ ନିର୍ମିତ ପିସ୍ତଲ, ଗୋଟିଏ ଥ୍ରୀ ନଟ ଥ୍ରୀ ବନ୍ଧୁକ, ଦୁଇଟି ଆଇଡି , ଗୋଟିଏ କ୍ଲେମର ମାଇନ, ୪ଟି ବିଜିଏଲ ସେଲ ସମେତ ୩୭ ପ୍ରକାର ମାଓ ସାମଗ୍ରୀ ଜବତ କରାଯାଇଛି ।
Powered by Froala Editor