ମହାନଦୀ ଜଳ ବିବାଦ: ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ଭୁବନେଶ୍ୱର: ମହାନଦୀ ଜଳ ବିବାଦରେ ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବଣ୍ଟନ ବିବାଦ ମାମଲାରେ ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ନୂଆଦିଲ୍ଲୀରେ ଉଭୟ ରାଜ୍ୟର ଆଇନ ଓ ବୈଷୟିକ ଟିମ୍ ମଧ୍ୟରେ ହୋଇଥିବା ଆଲୋଚନାର ଅଗ୍ରଗତି ରିପୋର୍ଟ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯିବ।ସୂଚନା ଅନୁଯାୟୀ, ମହାନଦୀ ଜଳ ବଣ୍ଟନକୁ ନେଇ କିଛି ପ୍ରସଙ୍ଗରେ ଉଭୟ ରାଜ୍ୟ ମଧ୍ୟରେ ସହମତି ହୋଇଥିବାବେଳେ, ବାକି ଥିବା ପ୍ରସଙ୍ଗଗୁଡ଼ିକ ଉପରେ ଟ୍ରିବ୍ୟୁନାଲ ଅଗ୍ରଗତିର ସମୀକ୍ଷା କରିବେ। ଉଭୟ ରାଜ୍ୟ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସ ଜାରି ରଖିଥିବାବେଳେ, ଆଜିର ଶୁଣାଣି ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।
Powered by Froala Editor