ଦେବଦେବ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ
ଦେବତା, ଦାନବ, ଗନ୍ଧର୍ବ, କିନ୍ନରଙ୍କ ସମାଗମରେ ସାରା ସମ୍ବଲପୁର ଦେବଭୂମି ପାଲଟିଛି । ବାହା ବେଦିରେ ଦେବଦେବ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀ । ମହାଦେବ ଓ ମାତା ପାର୍ବତୀଙ୍କ ପାଇଁ ସୃଷ୍ଟି ଏକାକାର ହୋଇଯାଇଛି । ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀର ସେହି ପବିତ୍ର ଦେବଦମ୍ପତିଙ୍କ ବିବାହ ରୀତି ସମ୍ପନ୍ନ ହୋଇଛି । ଆକର୍ଷଣୀୟ ପରଭା ସମ୍ମୁଖରେ ସୁନାରୁପାରେ ବିମଣ୍ଡିତ ହୋଇ ବରବେଶରେ ଶୋଭାଯାତ୍ରାରେ ବାହାରି ଡମ୍ବରୁଧର ପହଞ୍ଚିଥିଲେ ମାତା ପାର୍ବତୀଙ୍କ ଘରେ । ବ୍ରାହ୍ମ ମୁହୂର୍ତ୍ତରେ ଶିବ-ପାର୍ବତୀଙ୍କ ହାତଗଣ୍ଠି ପଡ଼ିଛି ।
ରାତିରେ ମହାଦେବ ଆକର୍ଷଣୀୟ ପରଭା ସମ୍ମୁଖରେ ବିରାଜମାନ କରିଥିଲେ । ପରେ ମହାଆଳତି ଅନୁଷ୍ଠିତ ହୋଇ ବରଯାତ୍ରୀ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ବାହାରିଥିଲା । ଏଥିରେ ଘଣ୍ଟ, ଘଣ୍ଟା, ଦୁଲଦୁଲି, ସଂପ୍ରଦା, ଯୋଡି ଶଙ୍ଖ ଆଦି ରାଜ୍ୟ ସମେତ ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ଏବଂ ଆଧୁନିକ ନୃତ୍ୟ ଦଳ ସାମିଲ ହୋଇଛନ୍ତି । ବାବା ବାଲୁଙ୍କେଶ୍ୱର (ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା) ଦଲେଇପଡ଼ା, ହାଟପଡ଼ା, ନନ୍ଦପଡ଼ା, ମହାନ୍ତିପଡ଼ା, କଂସାରୀପଡ଼ା, ବୈଦନାଥ ଛକ, ଶକ୍ତି ସଂଘ ଛକ, ମ୍ୟୁନିସିପାଲିଟି ଛକ ଦେଇ ନାରୀ ସେବା ସଦନରେ ପହଞ୍ଚିଥିଲା । ସେଠାରେ ବ୍ରାହ୍ମ ମୁହୂର୍ତ୍ତରେ ହାତଗଣ୍ଠି ପଡ଼ିଛି ।
Powered by Froala Editor