ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା
ଭୁବନେଶ୍ୱର: ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା। ଏହି ଯୋଜନାରେ ହିତାଧିକାରୀଙ୍କୁ ଆହୁରି ମାଗଣା ଚାଉଳ ମିଳିବ । ପୂର୍ବରୁ ସେମାନଙ୍କୁ ୫ କେଜି ମାଗଣା ଚାଉଳ ମିଳୁଥିବା ବେଳେ ଏବେ ୧୦ କେଜି ମିଳିବ ।
ସେହିପରି KGରୁ PG ଦେୟମୁକ୍ତ ଶିକ୍ଷା ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆର୍ଥିକ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ ଏହି ସୁବିଧା ମିଳିବ ।
ଖାଲି ସେତିକି ନୁହେଁ ଏକାସଙ୍ଗେ ୩ ମାସର ଭତ୍ତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି , ଭତ୍ତା ପ୍ରଦାନ ସମସ୍ୟା ରାଜ୍ୟର ନୁହେଁ, କେନ୍ଦ୍ରର ।ବୈଷୟିକ ତ୍ରୁଟି ଯୋଗୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି।୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ଲୋକଙ୍କ ତ୍ରୁଟି ସୁଧୁରିଛି।୨ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଦେବା ଆରମ୍ଭ ହୋଇଯାଇଛି। ଯେଉଁମାନଙ୍କୁ ମିଳିନି ସେମାନଙ୍କୁ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗୋଟିଏ ମାସରେ ନ ହେଲେ ବି ୩ ମାସର ଭତ୍ତା ଏକାସଙ୍ଗେ ମିଳିବ।
Powered by Froala Editor