Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, July 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ

  • ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ...

  • ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ...

  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

  • ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ...

  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ...

  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ...

  • YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ...

  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ...

  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ...

Home ›› ››ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

2026-06-10 15:21:15
14655
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

ଭୁବନେଶ୍ବର : ଓପନ୍‌ ଆର୍କାଇଭ ଅଫ ସୋସିଆଲ ସାଇନ୍ସ (ଏସ୍‌ଓସିଏଆର୍‌ଏକ୍ସଆଇଭି)ରେ ପ୍ରକାଶ ପାଇଥିବା ଏକ ନୂତନ ନୀତିପତ୍ର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏକାଧିକ ଗୋଷ୍ଠୀ କିଭଳି ନୀରବରେ କିଛି ଉଲ୍ଲେଖନୀୟ କାର୍ଯ୍ୟକରି ଜମି, ଜଳ ଏବଂ ଜଙ୍ଗଲ ଆଦି ଏକକ, ଆନ୍ତଃସଂଯୁକ୍ତ ବ୍ୟବସ୍ଥାରେ ପରିଚାଳନା କରୁଛନ୍ତି ଏବଂ ସେମାନଙ୍କର ଭୂରୂପ ତଥା ଜୀବନଗୁଡିକ ତାହାର ପରିଣତିରେ ରୂପାନ୍ତରିତ ହେଉଛି, ସେହି କାହାଣୀ କୁହାଯାଇଛି ।

ମେ ୨୦୨୬ରେ ପ୍ରକାଶ ପାଇଥିବା ‘ଦି ସେଣ୍ଟ୍ରାଲିଟି ଅଫ ଏରିଆ-ବେସ୍‌ଡ ଆପ୍ରୋଚେସ୍‌ ଇନ ସଷ୍ଟେନେବଲ ଡେଭେଲପମେଣ୍ଟ’ (ଦୀର୍ଘସ୍ଥାୟୀ ବିକାଶରେ ଅଞ୍ଚଳ-ଭିତ୍ତିକ ଆଭିମୁଖ୍ୟଗୁଡିକର କେନ୍ଦ୍ରୀୟ ସ୍ଥାନ) ଏହି ସମସ୍ତ କ୍ଷେତ୍ର-ସ୍ତରୀୟ ଅନୁଭୂତିଗୁଡିକ ସହିତ ନୂଆଦିଲ୍ଲୀରେ କମନ୍ସ କନ୍‌ଭେନିଂ ୨୦୨୪ରେ ଆୟୋଜିତ କମନ୍‌ ଗ୍ରାଉଣ୍ଡ ଇନିସିଏଟିଭ୍‌ ଏବଂ ଅହମଦାବାଦରେ ଅନୁଷ୍ଠିତ ଇଣ୍ଡିଆ ଲ୍ୟାଣ୍ଡ୍‌ ଆଣ୍ଡ ଡେଭେଲପମେଣ୍ଟ କନ୍‌ଫରେନ୍ସ (ଆଇଏଲଡିସି) ୨୦୨୫ ଅବସରରେ ବିଶାରଦମାନଙ୍କ ଦ୍ୱାରା କରାଯାଇଥିବା ଆଲୋଚନା ବିମର୍ଷ ସମ୍ପର୍କରେ ଅବତାରଣା କରିଛି । ଏହି ପତ୍ରରେ ଦର୍ଶାଯାଇଛି ଯେ ଏହି ଗୋଷ୍ଠୀଗୁଡିକ ଯେଉଁ ଏକ ଅଞ୍ଚଳ-ଭିତ୍ତିକ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି, ତାହାକୁ ସଫଳତାର ସହିତ ପ୍ରତିରୂପିତ କରାଯାଇପାରିବ । ଏହି ସମସ୍ତ ବିଷୟଗୁଡିକ ଏବଂ ବିଶାରଦମାନଙ୍କର ଆଲୋଚନା ବିମର୍ଷ ଆଧାରରେ ଏହି ପତ୍ର ଭାରତ କିଭଳି ତାହାର ସର୍ବାଧିକ ଚାପଗ୍ରସ୍ତ ପ୍ରାକୃତିକ ସମ୍ପଦଗୁଡିକର ପରିଚାଳନା ଓ ଶାସନ ନିମନ୍ତେ ଆଭିମୁଖ୍ୟ ପୋଷଣ କରିବ, ସେ ସମ୍ପର୍କରେ ଏକ ପ୍ରଭାବଶାଳୀ ମଡେଲ ପ୍ରଦାନ କରାଯାଇଛି ।

ଏକ ସଙ୍କଟ ଯାହା ଅପେକ୍ଷା କରିପାରିବ ନାହିଁ

ଭାରତରେ ବିଶ୍ୱ ଜନସଂଖ୍ୟାର ୧୬% ବାସ କରୁଛନ୍ତି, କିନ୍ତୁ ଏହାର ମୋଟ ଭୂଅଞ୍ଚଳ ମାତ୍ର ୨.୪% ଯାହା ଏହାର ପ୍ରାକୃତିକ ସମ୍ପଦକୁ ଉଲ୍ଲେଖନୀୟ ଓ ବର୍ଦ୍ଧିତ ଚାପଗ୍ରପ୍ତ କରୁଛି । ୨୦୧୮-୧୯ ସୁଦ୍ଧା ପ୍ରାୟ ୯୮ ନିୟୁତ ହେକ୍ଟର, ଅର୍ଥାତ ମୋଟାମୋଟି ଭାରତର ମୋଟ ଭୂଭାଗ ଅଞ୍ଚଳର ୩୦% ଅଧୋପତିତ ହୋଇସାରିଥିଲା । ଦେଶ ତାହାର ଚାରିଟି ଜୈବବିବିଧତା ହଟ୍‌ସ୍ପଟ ଅଧୀନରେ ପ୍ରାୟ ୯୦% ଅଞ୍ଚଳ ହରାଇ ସାରିଛି । ତାହାସହିତ ଭାରତରେ ମୋଟ ଚାଷୋପଯୋଗୀ ଜମି ମଧ୍ୟରୁ ପ୍ରାୟ ଅଦେ୍ର୍ଧକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଦ୍ୱାରା ଚାଷ କରାଯାଉଥିବାବେଳେ ସେମାନେ ଜଳବାୟୁ ପରିବର୍ତ୍ତନକୁ ନେଇ ଆପଦାପନ୍ନ ସ୍ଥିତିରେ ରହିଛନ୍ତି ।

ଓଡ଼ିଶାରେ କେନ୍ଦୁଝର ଓ କୋରାପୁଟ ତଥା ସମୁଦାୟ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ ଏହି ବାସ୍ତବତା ମଧ୍ୟରେ ଜୀବନ ନିର୍ବାହ କରୁଛନ୍ତି । ଏହି ପତ୍ରରେ ଅଞ୍ଚଳ-ଭିତ୍ତିକ ଆଭିମୁଖ୍ୟଗୁଡିକ ସମ୍ପର୍କରେ ତଥ୍ୟାବଳୀ ଲିପିବଦ୍ଧ କରାଯାଇଛି ଯାହା ଜରିଆରେ ଏହି ଗୋଷ୍ଠୀଗୁଡିକ ଉପରୋକ୍ତ ଚାଲେଞ୍ଜଗୁଡିକର ମୁକାବିଲା କରୁଛନ୍ତି । ସେହି ସମୟରେ ଏଥିରେ ଏହି ସମସ୍ତ ଗୋଷ୍ଠୀଗୁଡିକର ପ୍ରତିକ୍ରିୟାରୁ ଶିକ୍ଷଣୀୟ ବିଷୟଗୁଡିକ ଚିହ୍ନଟ କରାଯାଇଛି ।

କେନ୍ଦୁଝରରେ ଏକ ଅଣ-ସରକାରୀ ସଂଗଠନ ଓମେନ୍ସ ଅର୍ଗାନାଇଜେସନ ଫର୍‌ ସୋସିଓ-କଲ୍‌ଚରାଲ ଆୱାରନେସ୍‌ (ଡବ୍ଲୁ୍ଏଏସ୍‌ସିଏ) ଏକ ସହଭାଗୀ ଭୂରୂପ ଯୋଜନାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକ, ନାଗରିକ ସମାଜ ଗୋଷ୍ଠୀ ଏବଂ ଜନସମୁଦାୟଙ୍କୁ ଏକତ୍ରିତ କରିଥିଲା । ଗୋଷ୍ଠୀଗୁଡିକର ନିଜସ୍ୱ ପାରମ୍ପରିକ ଜମି ସମ୍ପର୍କିତ ଜ୍ଞାନ ସହିତ ସେମାନଙ୍କ ହାତରେ ଡିଜିଟାଲ ମ୍ୟାପିଂ ସାଧନ ଯୋଗାଇ ଦିଆଯାଇଥିଲା । ତାହାର ଫଳସ୍ୱରୂପ ଜଳ ସ୍ତରରେ ବୃଦ୍ଧି, ମୃତ୍ତିକାର ଆର୍ଦ୍ରତାରେ ଉନ୍ନତି ଆସିବା ଏବଂ ଉତ୍ତମ ଅମଳ ହୋଇଥିଲା । ଗ୍ରାମଗୁଡିକ ଆଉ ମରୁଡି କାରଣରୁ ସେମାନଙ୍କ ଫସଲ ହାନି ପରିସ୍ଥିତିର ସମ୍ମୁଖୀନ ହେଉନାହାନ୍ତି ।

ଡବ୍ଲୁ୍ୟଓଏସ୍‌ସିଏର ମାନସିଂହ ଦୁର୍ଗା ପ୍ରସାଦ ନାଏକ କହିଛନ୍ତି, “କେନ୍ଦୁଝରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ପରିଚାରିକାଙ୍କ ଭଳି ହେଉଛନ୍ତି; ସେମାନେ ପରିବର୍ତ୍ତନର ବାହକ ଭାବରେ କାର୍ଯ୍ୟ କରୁଛନ୍ତି ।” ଏହି ଗୋଷ୍ଠୀଗୁଡିକ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, “ଗୋଷ୍ଠୀଗୁଡିକୁ ଯେତେବେଳେ ତଥ୍ୟ, ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସହିତ ସଶକ୍ତ କରାଯିବ ଏବଂ ସେମାନଙ୍କୁ ସମସ୍ତ ନାଗରିକ ସମାଜ  ସଂଗଠନସମୂହ ତଥା ଗୋଷ୍ଠୀ-ଭିତ୍ତିକ ସଂଗଠନଗୁଡିକ ସହିତ ଯୋଡିଦିଆଯିବ, ସେତେବେଳେ କିଛିଗୋଟାଏ, କହିବାକୁ ଗଲେ ସମୁଦାୟ ପରିବ୍ୟବସ୍ଥାରେ ପରିବର୍ତ୍ତନ ହେବ ।”

କୋରାପୁଟରେ ଅନ୍ୟ ଏକ ଅଣ-ସରକାରୀ ସଂଗଠନ, ୱାଟରସେଡ୍‌ ସପୋର୍ଟ ସର୍ଭିସେସ୍‌ ଆଣ୍ଡ ଆକ୍ଟିଭିଟିଜ ନେଟୱର୍କ (ଡବ୍ଲୁ୍ୟଏଏସଏସଏଏନ୍‌) ଭୂରୂପକୁ ନେଇ ଏକ ବହୁଧା-କାରକ ମଞ୍ଚ ସୃଷ୍ଟି ଉପରେ କାର୍ଯ୍ୟ କରିଥିଲା, ଯାହା ଏଭଳି ଏକ ସ୍ଥାନ ଯେଉଁଠାରେ କୃଷକ, ମହିଳାଙ୍କ ଗୋଷ୍ଠୀ, ସରକାରୀ ବିଭାଗ ଏବଂ ନାଗରିକ ସମାଜ ସଂଗଠନଗୁଡିକ ନିୟମିତ ଭାବରେ ଏକତ୍ରିତ ହୋଇ ତଥ୍ୟର ସହଭାଗୀତା ଏବଂ ସମ୍ମଳିତ ଯୋଜନା ପ୍ରସ୍ତୁତ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ସେମାନେ ମଧ୍ୟ ସରକାରୀ ଯୋଜନା, ଦାନ ଆକାରରେ ମିଳୁଥିବା ପୁଞ୍ଜି ଏବଂ ଗୋଷ୍ଠୀ-ସ୍ତରର ଋଣକୁ ଏକତ୍ରିତ କରି ଏକ ସମ୍ମିଶ୍ରିତ ଅର୍ଥଲଗାଣ ମଡେଲ ପ୍ରସ୍ତୁତ କରିଥିଲେ । କାରଣ କୋଣସି ଗୋଟିଏ ପାଣ୍ଠିଯୋଗାଣ ଉପାୟ ପୂର୍ଣ୍ଣାଙ୍ଗ ଭାବରେ ଭୂରୂପ ପୁନରୁଦ୍ଧାର ଉଦେ୍ଦଶ୍ୟ ସାଧନ କରିପାରିବ ନାହିଁ ।

Powered by Froala Editor

Tags Open archive of social science

Related articles Odisha News Lens 4.1

  • ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ହାଇ ଆଲର୍ଟ
    ଦେଶ-ଦେଶାନ୍ତର

    ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ହାଇ ଆଲର୍ଟ

    15363
    Jul 03, 2026
  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ
    ଦେଶ-ଦେଶାନ୍ତର

    ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ

    15847
    Jul 02, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା
    ବିଶେଷ

    ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14758
    Jul 03, 2026
  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ
    ଦେଶ-ଦେଶାନ୍ତର

    କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ

    15506
    Jul 01, 2026
  • YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ
    ଦେଶ-ଦେଶାନ୍ତର

    YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ

    13958
    Jul 01, 2026
  •  ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ
    ଦେଶ-ଦେଶାନ୍ତର

    ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ

    14418
    Jul 02, 2026
  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ
    ଦେଶ-ଦେଶାନ୍ତର

    ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    14946
    Jul 02, 2026
  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା
    ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା

    15423
    Jul 01, 2026
  • ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ
    ଦେଶ-ଦେଶାନ୍ତର

    ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ

    13507
    Jul 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ

    13507
    Jul 03, 2026
  • ବିଶେଷ

    ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14758
    Jul 03, 2026
  • ଦେଶ-ଦେଶାନ୍ତର

    ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ଆହତ

    14657
    Jul 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16963
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17574
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17626
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18023
    Sep 06, 2023

ବିଶେଷ

  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14758
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14533
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14301
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15920
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15793
    Jun 24, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15673
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15696
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13800
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14907
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    14946
    Jul 02, 2026
  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ

    15847
    Jul 02, 2026
  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା

    15423
    Jul 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In