୧୫ IPS ଅଫିସରଙ୍କୁ ୧୭ ଜିଲା ନିରୀକ୍ଷଣ ଦାୟିତ୍ୱ
ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ। ୧୫ IPS ଅଫିସରଙ୍କୁ ଦିଆଗଲା ୧୭ଟି ଜିଲାର ସ୍ବତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲା ଦାୟିତ୍ୱ ଦିଆଯାଇଛି। ସ୍ପେଶାଲ ଅପରେଶନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଦାୟିତ୍ୱ ମିଳିଛି। ଆସନ୍ତା ଜୁଲାଇରୁ ସମୀକ୍ଷା ଓ ଯାଞ୍ଚ ପାଇଁ ଆଇପିଏସ ଅଫିସରଙ୍କୁ ନିର୍ଦ୍ଦେଶ ହୋଇଛି। ନିରୀକ୍ଷଣ ଶେଷର ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ବାଧ୍ୟତାମୂଳକ ବୋଲି କୁହାଯାଇଛି।
ସେହିପରି ଅନ୍ୟ ୧୩ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏ ଜିଲା ନିରୀକ୍ଷଣ ଦାୟିତ୍ୱ ଦିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର, ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନଗୋଳ, ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର, ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଏଡିଜି ଯତୀନ୍ଦ୍ର କୋଏଲଙ୍କୁ କଳାହାଣ୍ଡି, ଏଡିଜି ଏସ. ସାଇନିଙ୍କୁ ବଲାଙ୍ଗୀର , ଆଇଜି ଏସ.ପ୍ରବୀଣ କୁମାରଙ୍କୁ କନ୍ଧମାଳ ଜିଲା ଦାୟିତ୍ୱ ମିଳିଛି। ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଅନୁପ ସାହୁ ପୁରୀ, ଅବିନାଶ କୁମାର ମୟୂରଭଞ୍ଜ ଓ ସାର୍ଥକ ଷଡ଼ଙ୍ଗୀ କେନ୍ଦ୍ରାପଡ଼ା, ଆଇଜି ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ଢେଙ୍କାନାଳ ଜିଲା ଦାୟିତ୍ୱ ଦିଆଯାଇଛି।
ସମ୍ପୃକ୍ତ ଆଇପିଏସ୍ ଅଫିସରମାନେ ନିଜ ନିଜ ଜିଲ୍ଲାକୁ ଗସ୍ତ କରି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ପୁଲିସ ଥାନାର କାର୍ଯ୍ୟକାରିତା, ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ସଂରକ୍ଷିତ କାର୍ଯ୍ୟାଳୟ ଓ ସାମଗ୍ରିକ ପୁଲିସ ପରିଚାଳନାର ତଦାରଖ କରିବେ । ଆଇପିଏସ୍ମାନେ ସେମାନଙ୍କ ଜିଲ୍ଲା ଗସ୍ତର ୧୫ଦିନ ମଧ୍ୟରେ ନିରୀକ୍ଷଣ ସାରି ନିଜର ସମୀକ୍ଷା ରିପୋର୍ଟ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି ।
Powered by Froala Editor