ଅନ୍ଧାରରେ ୩୦ରୁ ଅଧିକ ଗ୍ରାମ, ବିଦ୍ୟୁତ୍ ନଥିବାରୁ ୯ ହଜାର କୁକୁଡ଼ା ମୃତ
ଭୁବନେଶ୍ବର: ୪୮ ଘଣ୍ଟାରୁ ଅଧିକ ସମୟ ଧରି ମନମୁଣ୍ଡା ବିଦ୍ୟୁତ୍ ଉପଖଣ୍ଡ ଅନ୍ତର୍ଗତ ପ୍ରାୟ ୩୦ରୁ ଅଧିକ ଗ୍ରାମ ଅନ୍ଧାରରେ ରହିଥିବା ଅଭିଯୋଗ ହୋଇଛି। ମନମୁଣ୍ଡା ବିଦ୍ୟୁତ୍ ଉପଖଣ୍ଡ ଅନ୍ତର୍ଗତ ଝିଙ୍କରପାଲି, ଘୁଲୁଘୁଲାପଦର, ଜୁନାନି, ଦପଲା, ଗୁଆବାହାଲ, ଆମ୍ବପାଲି, ଖମ୍ବସିରିପାଲି, ନୂଆଁପଡ଼ା, ରୁଗୁଡ଼ିପାଲି, ଡେଙ୍ଗପଦର, କୁଣ୍ଡାମାଲ, ମଲ୍ଲିକପଦର ଆଦି ଗ୍ରାମ ଅନ୍ଧାରରେ ରହିଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ନ ଥିବାରୁ ଏହି ସମସ୍ତ ଗ୍ରାମର ଛୋଟ ଛୁଆ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ରୋଗୀ ନାହିଁ ନ ଥିବା କଷ୍ଟ ଭୋଗିଛନ୍ତି। ବିଦ୍ୟୁତ୍ ନ ଥିବାରୁ ଡେଙ୍ଗପଦର ଗ୍ରାମର ପଞ୍ଚାନନ ସାହୁଙ୍କ କୁକୁଡ଼ା ଫାର୍ମର ପ୍ରାୟ ୯୦୦୦ରୁ ଅଧିକ କୁକୁଡ଼ା ଅସହ୍ୟ ଗରମ ସହ୍ୟ କରିନ ପାରି ପ୍ରାଣ ହରାଇଛନ୍ତି।
Powered by Froala Editor