ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ୱାର୍ଡରେ ନିଆଁ, ୩ ଜଣ ରୋଗୀଙ୍କ ମୃତ୍ୟୁ
ଦିଲ୍ଲୀ ମାଲବ୍ୟ ନଗର ଭୟଙ୍କର ଅଗ୍ନିକାଣ୍ଡକୁ ମାତ୍ର କିଛି ଘଣ୍ଟା ପୁରିଛି ଆଉ ଏକ ଦୁର୍ଘଟଣା ଘଟିଛି । ବିହାର ମୁଜାଫରପୁରର ପ୍ରସାଦ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ କାରଣରୁ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ପକ୍ଷରୁ ରେସକ୍ୟୁ ଅପରେସନ ଜାରି ରହିଛି । ଏଥିରେ ୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ୨୦ ଜଣଙ୍କୁ ଆହତ କରାଯାଇଛି । ଅନେକଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି ।
ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନରେ ଲାଗିଥିଲେ । ଅଗ୍ନିଶମ କର୍ମଚାରୀ ଝରକା ଭାଙ୍ଗି ଫସି ରହିଥିବା ରୋଗୀଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ପ୍ରଶାସନ ଉପରେ ସମ୍ବେଦନହୀନତାର ଅଭିଯୋଗ ଆଣିଛନ୍ତି।
ମୁଜାଫରପୁରର ବ୍ରହ୍ମପୁରାରେ ଥିବା ପ୍ରସାଦ ହସ୍ପିଟାଲରେ ଭୋର ସମୟରେ ଏ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡକୁ ନେଇ ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଛି । ପଞ୍ଚମ ମହାଲର ଆଇସିୟୁ ୱାର୍ଡରେ ନିଆଁ ଲାଗିଛି । ନିଆଁ, ଧୂଆଁ ହସ୍ପିଟାଲକୁ ଗ୍ରାସ କରିଛି ।
Powered by Froala Editor