୯ଦିନରେ ତିନୋଟି ବର୍ବର କାଣ୍ଡରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗୁଳି କଲା ପୁଲିସ
ଵ୍ରହ୍ମପୁର : ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁଁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇପଡିଥିଲା। ଏପରିକି ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ଗତ ୨୪ ତାରିଖ ଅର୍ଥାତ ରବିବାର ରାତ୍ର ବଡବ୍ଜ଼ାର ଥାନା ଅଞ୍ଚଳର ମଙ୍ଗଳା ବେହେରାଙ୍କୁ ବିଚ ରାସ୍ତାରେ ଅପରାଧୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ଖଣ୍ଡା ଚୋଟ ପକାଇ ବର୍ବରର ସୀମା ଟପିଯାଇଥିବା ଦୃଶ୍ୟ ସୋସିଲ ମିଡିଆରେ ଭାଇରଲ ହୋଇଥିଲା। ଯାହାକି ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ଅପରାଧୀ ମାନଙ୍କ କାଉଣ୍ଟର ଆକ୍ରମଣର ପୁଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତ୍ର ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଗୁଳି କରିଛି।
ଜଗାର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାଙ୍କୁ ଏବେ ଏମକେସିଜି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ଏବେ ପୁଲିସ ହେପାଜତରେ ଚିକିତ୍ସାଧୀନ ରହିଛି। ବିଗତ ୯ଦିନରେ ତିନୋଟି ବର୍ବର କାଣ୍ଡରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଏବେ ଗୁଳି କରିସାରିଛି।
Powered by Froala Editor