ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’
ସାଉଥ୍ ସିନେ ଅଭିନେତା ଜୁନିୟର ଏନ୍ଟିଆରଙ୍କ ଆଗାମୀ ଫିଲ୍ମ ‘ଡ୍ରାଗନ୍’ର ପ୍ରଥମ ଟିଜର୍ ରିଲିଜ୍ ହୋଇଛି। ଫିଲ୍ମରେ ଜୁନିୟର ଏନ୍ଟିଆର ଆଫଗାନ ଟ୍ରେଡିଂ କମ୍ପାନିର ସବୁଠୁ ବଡ଼ ଶୁଟର୍ ଓ ହତ୍ୟାକାରୀ ଲୁଗର୍ ଭୂମିକା ନିର୍ବାହ କରିଛନ୍ତି । ଫିଲ୍ମରେ ତାଙ୍କୁ ଡ୍ରାଗନ୍ କୁହାଯାଇଛି ।
ଟିଜର୍ରେ ତାଙ୍କ ଲୁକ୍ ଅତ୍ୟନ୍ତ ଦମ୍ଦାର ହୋଇଛି । ଭିଡିଓରେ ତାଙ୍କର ଏକ ଡାଏଲଗ୍ ବି ରହିଛି । ଏଥିରେ ସେ କହିଛନ୍ତି ‘ଯେତେବେଳେ ଶୋଇବା ପାଇଁ ମୁଁ ଆଖି ବନ୍ଦ କରେ, ମୋତେ ସେମାନଙ୍କ ଚେହେରା ଦିଶେ ନାହିଁ ଯାହାଙ୍କୁ ମୁଁ ହତ୍ୟା କରିଛି । ମୋତେ କେବଳ ବଞ୍ଚିଥିବା ଶତ୍ରୁଙ୍କ ଚେହେରା ଦେଖାଯାଏ । ଭୁଲରେ ବି ମୋ ସ୍ୱପ୍ନରେ ଆସିବ ନାହିଁ ।’
ଫିଲ୍ମରେ ଅନିଲ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ସେ ନାର୍କୋଟିକ୍ସ ବ୍ୟୁରୋ ମୁଖ୍ୟ ରଘୁବୀର ରାଠୋର ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ସହ ବିଜୁ ମେନନ୍, ରୁକ୍ମିଣୀ ବସନ୍ତ, ଆଶୁତୋଷ ରାଣା, ଖୁସ୍ବୁ ସୁନ୍ଦର, ରାଜୀବ କନକାଲା ଓ ସିଦ୍ଧାନ୍ତ ଗୁପ୍ତା ବି ଅଛନ୍ତି। ଫିଲ୍ମ ଆସନ୍ତା ବର୍ଷ ଜୁନ୍ ୧୧ରେ ଥିଏଟରକୁ ଆସିବ ।
ଫିଲ୍ମର କାହାଣୀ ବିଶ୍ୱ ଅଫିମ ଯୁଦ୍ଧ ଉପରେ ପର୍ଯ୍ୟବସିତ । ଇଂରେଜ ମୂଳତଃ ଅଫିମ ଚାଷ ପାଇଁ ଭାରତ ଆସିଥିଲେ, ଯେଉଁଥିରୁ ହେରୋଇନ୍ ପ୍ରସ୍ତୁତ ହୁଏ । ସେମାନେ ଭାରତରେ ରହି ସେହି ଦୁଇଟି ମୁଖ୍ୟ ସ୍ଥାନକୁ ନିୟନ୍ତ୍ରଣ କରିଥିଲେ, ଯେଉଁଠି ପ୍ରତିବନ୍ଧିତ ଡ୍ରଗ୍ସ ସର୍ବାଧିକ ଚାଷ ହେଉଥିଲା । ଏଥିରେ ଆଫଗାନିସ୍ତାନ ଓ ଥାଇଲାଣ୍ଡ, ଲାଓସ ଓ ବର୍ମାର ଅଞ୍ଚଳ ସାମିଲ । ଇଂରେଜମାନେ ଯିବା ପରେ ଦୁଇ ମୁଖ୍ୟ ସମୂହ-ଆଫଗାନ ଟ୍ରେଡିଂ କମ୍ପାନି ଓ ଗୋଲ୍ଡେନ୍ ଟ୍ରାୟଂଗଲ ମଧ୍ୟରେ ଅଫିମ ବ୍ୟବସାୟ ଉପରେ କବ୍ଜାକୁ ନେଇ ଯୁଦ୍ଧ ଆରମ୍ଭ ହୋଇଗଲା ।
Powered by Froala Editor