ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଇନ୍ଷ୍ଟାଗ୍ରାମ୍ ରିଲ୍ ଭାଇରାଲ୍ ହୋଇଛି। ‘ମେଲୋଡି’ (ମେଲୋନି ଓ ମୋଦି)ଙ୍କ ନାମରେ ପ୍ରସିଦ୍ଧ ଏହି ଯୋଡ଼ିର ନୂଆ ଭିଡିଓ ଇଣ୍ଟରନେଟ୍ରେ ଭ୍ୟୁ ଓ ଲାଇକ୍ର ସୁନାମି ଆଣିଛି । ମୋଦି ନିଜ ଇନ୍ଷ୍ଟାଆକାଉଣ୍ଟ ଜରିଆରେ ମେଲୋନିଙ୍କ ସହ ଏକ ଦମ୍ଦାର ରିଲ୍ ଶେୟାର କରିଛନ୍ତି । ଏହାକୁ ମୋଦିଙ୍କର ମେଲୋନିଙ୍କୁ ଏକ ସ୍ୱତନ୍ତ୍ର ‘ମେଲୋଡି’ ଉପହାର ବୋଲି କୁହାଯାଉଛି ।
ଡିନର ମିଟରେ ଉଭୟ ନେତାଙ୍କ ହସଖୁସି ମୁହୂର୍ତ୍ତ ସାମନାକୁ ଆସିଛି। ପିଏମ୍ ମୋଦି ନିଜ ସୋସିଆଲ ମିଡିଆ ହାଣ୍ଡଲରେ ମିଟିଂର ଫଟୋ ସେୟାର କରିଥିଲେ। ତାପରେ ସେ ପହଞ୍ଚିଥିଲେ ଇଟାଲୀର ଐତିହାସିକ ପରିଚୟ, କଲୋସିୟମ୍। ହଜାର ବର୍ଷର ଇତିହାସ ବହନ କରୁଥିବା ଏହି ସ୍ଥାନ ଭ୍ରମଣ ବେଳର ମୁହୂର୍ତ୍ତ ମଧ୍ୟ ସେ ଶେୟାର କରିଛନ୍ତି।
ଭିଡିଓ ପୋଷ୍ଟ ହେଉ ହେଉ ଭାଇରାଲ ହୋଇଛି ଏବଂ ସୋସିଆଲ ମିଡିଆର ସବୁ ରେକର୍ଡ ଭାଙ୍ଗିଛି । ମାତ୍ର ୩ ଘଣ୍ଟା ଭିତରେ ଏହି ରିଲ୍କୁ ୬.୧ କୋଟିରୁ ଅଧିକ ୟୁଜର୍ ଦେଖିସାରିଛନ୍ତି । ୪୦ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି ଏବଂ ୧ ଲକ୍ଷ ୮୧ ହଜାରରୁ ଅଧିକ କମେଣ୍ଟ ଆସିଛି । କୌଣସି ବିଶ୍ୱ ନେତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ପ୍ରକାର ଟ୍ରାଫିକ୍ ଐତିହାସିକ । ମେଲୋଡି ଓ ମୋଦିଙ୍କ ସାକ୍ଷାତର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆ ୟୁଜର୍ ଖୁବ୍ ପସନ୍ଦ କରୁଛନ୍ତି । ସୂଚନାଯୋଗ୍ୟ, ଇନ୍ଷ୍ଟାରେ ମୋଦିଙ୍କ ଫଲୋଅର୍ ସଂଖ୍ୟା ୧୦ କୋଟିରୁ ଅଧିକ, ଯାହା କୌଣସି ହଲିଉଡ୍ ଓ ବଲିଉଡ୍ ସୁପରଷ୍ଟାର୍ଙ୍କଠୁ ବି ଅଧିକ ।
Powered by Froala Editor