‘ସୂର୍ଯ୍ୟାସ୍ତ୍ର’ର ସଫଳ ପରୀକ୍ଷଣ
ଓଡ଼ିଶାର ଚାନ୍ଦିପୁରସ୍ଥିତ Integrated Test Range (ITR) ଠାରେ ପ୍ରାଇଭେଟ୍ ସେକ୍ଟର ନାଇବ୍ ଲିମିଟେଡ୍ ପକ୍ଷରୁ ନୂତନ ‘ସୂର୍ଯ୍ୟାସ୍ତ୍ର’ ରକେଟ୍ର ସଫଳ ପରୀକ୍ଷଣ କରାଯାଇଛି। ‘ସୂର୍ଯ୍ୟାସ୍ତ୍ର’ ରକେଟ୍ର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୫୦ ରୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଆଧୁନିକ ପ୍ରଯୁକ୍ତିରେ ସଜ୍ଜିତ ଏହି ରକେଟ୍ ଭାରତୀୟ ସେନାର ଆବଶ୍ୟକତାକୁ ଧ୍ୟାନରେ ରଖି ବିକାଶ କରାଯାଇଛି।
ସେନାର ଭବିଷ୍ୟତ ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ପ୍ରକାର ନୂତନ ମିସାଇଲ୍ ପରୀକ୍ଷଣ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଆଉ ଏକ ପଦକ୍ଷେପ ଆଗକୁ ନେଇଯାଉଛି।
ପରୀକ୍ଷଣ ସମୟରେ ରକେଟ୍ର ଗତି, ସଠିକତା ଏବଂ ଲକ୍ଷ୍ୟଭେଦ କ୍ଷମତାକୁ ଗଭୀର ଭାବେ ପରୀକ୍ଷା କରାଯାଇଥିଲା। ସମସ୍ତ ପ୍ୟାରାମିଟର୍ ସଫଳ ହେବା ପରେ ଏହାକୁ ଏକ ବଡ଼ ସଫଳତା ଭାବେ ମନାଯାଉଛି।
Powered by Froala Editor