Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ...

  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ...

  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ...

  • YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ...

  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ...

  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ...

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ...

  • ମାସକରେ ୧୫ ହଜାର ଖସିଲାଣି ସୁନା

  • ଗିରଫ ହେଲେ ତୃଣମୂଳ କଂଗ୍ରେସର କାଉନସିଲର ...

  • ହ୍ରାସ ହେଲା ବାଣିଜ୍ୟିକ ଏଲପିଜି ...

Home ›› ››ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

2026-05-18 13:09:59
14656
Share:
Facebook
Twitter
E-Mail
WhatsApp
Telegram
ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

ଭୁବନେଶ୍ୱର, ତା.୧୮/୦୫: ସରକାର ଗଠନ ପାଇଁ ସଂଘର୍ଷ ଆବଶ୍ୟକ। ଅନ୍ୟ ପକ୍ଷରେ ସରକାର ଚଲାଇବା ପାଇଁ ସମର୍ପଣ ଆବଶ୍ୟକ। ଆମ ସମସ୍ତଙ୍କୁ ଲମ୍ବା ସମୟର ସଂଘର୍ଷ ଓ ସମର୍ପଣ ମନୋଭାବ ଆବଶ୍ୟକ। କେବଳ ଶାସନ ଓ କ୍ଷମତା ହାସଲ କରିବା ଏକମାତ୍ର ଲକ୍ଷ୍ୟ ନୁହେଁ ବରଂ ବର୍ତମାନ ଆମକୁ ସଂଘର୍ଷ ସହିତ ଆହ୍ୱାନକୁ  ସଫଳତାର ସହ ସମ୍ମୁଖୀନ ହେବାକୁ ପଡ଼ିବ। ଦେଶ ସାରା ବିଜେପି ପ୍ରତି ସକରାତ୍ମକ ଲହର ସୃଷ୍ଟି ହୋଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବର୍ଷ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। “ରାଷ୍ଟ୍ର ସର୍ବୋପରି” ମନୋଭାବ ରଖି ପ୍ରଧାନମନ୍ତ୍ରୀ ମୋଦିଜୀ ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି।୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରୁଛନ୍ତି। ଅତୀତରେ ବିରୋଧୀ ଦଳ ଭୂମିକାରେ ରହି ତତ୍କାଳୀନ ସରକାରଙ୍କୁ ଗଠନାତ୍ମକ ଓ ସକରାତ୍ମକ ସହଯୋଗ କରୁଥିଲା। କିନ୍ତୁ ବର୍ତମାନ ବିରୋଧୀ ଦଳ ଗୁଡିକର ଆଚରଣ ଓ ଉଚ୍ଚାରଣ ବ୍ୟାପକ ପରିବର୍ତନ ଘଟିଛି। ନକରାତ୍ମକ ମନୋଭାବ ସ୍ପଷ୍ଟ ପରିପ୍ରକାଶ ପାଉଛି। ଭାରତୀୟ ଯୁବକ ନବସୃଜନ, ସୃଜନଶୀଳ, ରଚନାତ୍ମକ ଚିନ୍ତାଧାରା ପାଇଁ ପରିଚିତ। ଅନ୍ୟପଟେ ନକରାତ୍ମକ ମନୋଭାବ ରଖିଥିବା ବିରୋଧୀ ଦଳଗୁଡିକ ଏବେ ଜେନ୍‌ଜି ନାମରେ ଯୁବବର୍ଗକୁ ପଥଭ୍ରାନ୍ତ କରୁଛନ୍ତି। ଏହା ବିକାଶର ଧାରାକୁ ପ୍ରତିରୋଧ କରୁଛି ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଆୟୋଜିତ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ରେ ଯୋଗ ଦେଇ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ କହିଛନ୍ତି।

ଶ୍ରୀ ନୀତିନ ନବୀନ କହିଛନ୍ତି ଯେ, ରାଷ୍ଟ୍ର ସମ୍ମୁଖରେ ଥିବା ଆହ୍ୱାନ ଓ ଏହାର ନିରାକରଣ ହେଉଛି ଆମ ସମସ୍ତଙ୍କ ମୂଳ କର୍ତବ୍ୟ। ବିଶେଷ ଭାବେ “ଆତଙ୍କବାଦ, ଅନୁପ୍ରବେଶକାରୀ, ସୀମା ବିବାଦ, ତସ୍କରୀ” ଭଳି ବାହ୍ୟଶତୃଙ୍କ ଆହ୍ୱାନକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ସଫଳତାର ସହ ମୁକାବିଲା କରୁଛନ୍ତି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଦେଶର ପଛୁଆ ଜିଲ୍ଲା ଭାବେ ପରିଗଣିତ ଅଂଚଳକୁ ଆକାଂକ୍ଷୀ ଜିଲ୍ଲା ଭାବେ ବିକାଶର ମୁଖ୍ୟ ସ୍ରୋତର ସାମିଲ କରିବାକୁ ସଫଳ ପ୍ରୟାସ କରିଛନ୍ତି। ଏବେ ନକ୍ସଲବାଦ ସମାପ୍ତପ୍ରାୟ। ଆତଙ୍କବାଦ ଉପରେ ରୋକ ଲଗାଯାଇପାରିଛି। ସେନାବାହିନୀକୁ ମୁକ୍ତ ହସ୍ତ ଦିଆଯାଇ ତାଙ୍କ ମନୋବଳକୁ ସୁଦୃଢ କରାଯାଇଛି। ସେହିପରି ସାଂସ୍କୃତିକ ରାଷ୍ଟ୍ରବାଦ ସୁରକ୍ଷା ପ୍ରତି ବଡ ବିପଦକୁ ସାମ୍ନା କରିବା ଆମ ସମସ୍ତଙ୍କ ପାଇଁ ବଡ ଆହ୍ୱାନ। ଅନୁପ୍ରବେଶକାରୀ, ଧର୍ମଭିତିକ ମତାନ୍ତର, କ୍ଷେତ୍ରବାଦ୍‌, ସାଂସ୍କୃତିକ ଆକ୍ରମଣ କରାଯିବାର ବଡ ଚକ୍ରାନ୍ତକୁ ବିଫଳ କରିବା ହେଉଛି ଆମ ସମସ୍ତଙ୍କ ପାଇଁ ବଡ ଆହ୍ୱାନ। ସଂସ୍କୃତିକୁ ଆଧାର କରି ବିକାଶ ହେବା ଉଚିତ୍‌। ଦେଶର ଉଭୟ ଆନ୍ତରୀଣ ଓ ବାହ୍ୟ ସୁରକ୍ଷା ସହ କୌଣସି ସାଲିସ କରାଯିବନାହିଁ। ପ୍ରଶିକ୍ଷଣ ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଅଧ୍ୟୟନ ପ୍ରକ୍ରିୟା ଜାରି ରଖିବା। ଦଳ ଓ ସଂଗଠନକୁ ସଶକ୍ତ କରିବା ହେଉଛି ଆମ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ନୀତିନ ନବୀନ କହିଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ବିଜେପି ହେଉଛି କାର୍ଯ୍ୟକର୍ତା ଆଧାରିତ ଜାତୀୟତାବାଦୀ ଦଳ। “ଜ୍ଞାନ ହେଉଛି ଶକ୍ତି ଏବଂ ଅଭିଜ୍ଞତା ହେଉଛି ମୂଲ୍ୟବାନ”। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକର୍ତାଙ୍କୁ ସକ୍ଷମ କରିବା ସହ ସଂଗଠନକୁ ମଧ୍ୟ ସଶକ୍ତ କରିବ। ଏହି ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ସାମିଲ ହେବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଏହି ପ୍ରଶିକ୍ଷଣ ଶିବିରରୁ ଅଧିକରୁ ଅଧିକ ଲାଭ ନେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି। 

ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରୀୟ ପ୍ରଶିକ୍ଷଣ ଟୋଲିର ସହସଂଯୋଜିକା ତଥା ସାଂସଦ ଶ୍ରୀମତୀ କବିତା ପଟିଦାର, କ୍ଷେତ୍ରୀୟ ସଂଯୋଜକ ଅଧ୍ୟାପକ ଦିନେଶାନନ୍ଦ ଗୋସ୍ୱାମୀ ଏବଂ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Powered by Froala Editor

Tags Nitin Nabin, BJPODISHA

Related articles Odisha News Lens 4.1

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା : ୭ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା : ୭ ଜଣଙ୍କ ମୃତ୍ୟୁ

    14732
    Jul 01, 2026
  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ
    ଦେଶ-ଦେଶାନ୍ତର

    ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    14615
    Jul 02, 2026
  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ
    ଦେଶ-ଦେଶାନ୍ତର

    କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ

    15182
    Jul 01, 2026
  • ଗିରଫ ହେଲେ ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲି
    ଦେଶ-ଦେଶାନ୍ତର

    ଗିରଫ ହେଲେ ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲି

    15520
    Jul 01, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା
    ବାଣିଜ୍ୟ

    ମାସକରେ ୧୫ ହଜାର ଖସିଲାଣି ସୁନା

    14182
    Jul 01, 2026
  • ହ୍ରାସ ହେଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ
    ଦେଶ-ଦେଶାନ୍ତର

    ହ୍ରାସ ହେଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ

    15879
    Jul 01, 2026
  •  ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ
    ଦେଶ-ଦେଶାନ୍ତର

    ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ

    14077
    Jul 02, 2026
  • YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ
    ଦେଶ-ଦେଶାନ୍ତର

    YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ

    13634
    Jul 01, 2026
  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା
    ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା

    15098
    Jul 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ

    14077
    Jul 02, 2026
  • ଦେଶ-ଦେଶାନ୍ତର

    ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ

    15512
    Jul 02, 2026
  • ଦେଶ-ଦେଶାନ୍ତର

    କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ

    15182
    Jul 01, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16960
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17572
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17622
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18020
    Sep 06, 2023

ବିଶେଷ

  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14442
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14263
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15883
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15756
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15396
    Jun 22, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15384
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15696
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13799
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14901
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ

    14077
    Jul 02, 2026
  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    14615
    Jul 02, 2026
  • YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ

    13634
    Jul 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In