ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା: ଗଙ୍ଗେଶ୍ବରପଡ଼ାରୁ ମୁଖ୍ୟ ଅଭିଯୁକ୍ତ ଚିନୁ ଗିରଫ
ବାଲିଅନ୍ତା: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା। କଟକ ସଦର ଥାନା ଗଙ୍ଗେଶ୍ବରପଡ଼ାରୁ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ୍ ରଞ୍ଜିତ ପାତ୍ର କୁ ପୁଲିସ୍ ଗିରଫ କରିଛି। ସୌମ୍ୟଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଚିନୁ ବାଉଁଶରେ ପିଟିଥିବା ଜଣାପଡ଼ିଛି। ପୂର୍ବରୁ ପୁଲିସ୍ ୧୧ ଜଣଙ୍କୁ ଗିରଫ କରିଥିଲା । ଏହାପୂର୍ବରୁ ପୁଲିସ୍ ଅଭିଯୁକ୍ତ ବଣ୍ଟି ଓରଫ୍ ଯୁଧିଷ୍ଠିର ଜେନାକୁ ଗିରଫ କରି କୋର୍ଟ ପଠାଇଥିଲା। ଏପର୍ଯ୍ୟନ୍ତ, ଏହି ମାମଲାରେ ମୋଟ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୁଲିସ୍ ପୂର୍ବରୁ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍ ଏହି ଘଟଣାରେ ତଦନ୍ତ ଜାରି ରଖିଛନ୍ତି।
Powered by Froala Editor