ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ଝଡ଼ ; ୧୦୦ରୁ ଅଧିକ ମୃତାହତ
ଉତ୍ତର ପ୍ରଦେଶରେ ବୁଧବାର ସନ୍ଧ୍ୟାରେ ହଠାତ୍ ପରିବର୍ତ୍ତନ ହୋଇଥିବା ପାଣିପାଗ ଏବଂ ତା’ ପରେ ଆସିଥିବା ପ୍ରଳୟଙ୍କରୀ ତୋଫାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳ ସାଜିଛି । ଉତ୍ତରପ୍ରଦେଶର ଭଦୋହି, ବୁଦାଉଁ, ଫତେପୁର ଏବଂ ସୋନଭଦ୍ରା ଜିଲାରେ ବୁଧବାର ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ବାତ୍ୟା ହୋଇଛି। ଫତେପୁର, ଭଦୋହିରେ, ବଦାଉଁରେ, ଚନ୍ଦୌଲିରେ ଏବଂ ସୋନଭଦ୍ରା ଜିଲାରେ ମିଶି ୧୦୦ରୁ ଅଧିକ ମୃତାହତ ହୋଇଛନ୍ତି। ଅନେକ ଅଞ୍ଚଳରେ ବହୁସଂଖ୍ୟାରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ ଘର ଭାଙ୍ଗିଯାଇଥିବା ଭଦୋହି ଅତିରିକ୍ତ ଜିଲାପାଳ କୁନଓ୍ବାର ବୀରେନ୍ଦ୍ର କୁମାର ମୌର୍ଯ୍ୟ କହିଛନ୍ତି।
ଏହି ପ୍ରାକୃତିକ ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପ୍ରୟାଗରାଜ ଜିଲ୍ଲା, ଯେଉଁଠାରେ ୧୬ ଜଣ ପ୍ରାଣ ହରାଇଛନ୍ତି । ସେହିଭଳି ଭଦୋହୀ ଜିଲ୍ଲାରେ ମଧ୍ୟ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଏଠାରେ ଗଛ ପଡ଼ି ଓ କାନ୍ଥ ଚାପି ହୋଇ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ହଠାତ୍ ପବନର ବେଗ ବଢ଼ିଯାଇଥିଲା, ଯାହା ଫଳରେ ବିଦ୍ୟୁତ୍ ଖୁଣ୍ଟି ଏବଂ ଗଛଗୁଡ଼ିକ ତାସ ଘର ଭଳି ଭୁଶୁଡ଼ି ପଡ଼ିଥିଲା ।
ଭଦୋହୀର ସୁରିୟାୱାଁ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଘର ଉପରେ ଗଛ ପଡ଼ିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ପ୍ରୟାଗରାଜରେ ୧୬ ଜଣ, ଭଦୋହୀରେ ୧୫, ମିର୍ଜାପୁରରେ ୧୦, ଫତେହପୁରରେ ୯, ହରଦୋଇରେ ୨, କାନପୁର ଦେହାତରେ ଜଣେ, କୌଶାମ୍ବୀରେ ଜଣଙ୍କର ମୃତ୍ୟୁ ହୋଇଛି । ମିର୍ଜାପୁର ଜିଲ୍ଲା ପ୍ରଶାସନ ୧୦ ଜଣଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛନ୍ତି । ଏଥିମଧ୍ୟରୁ ସଦର ତହସିଲ ଅଞ୍ଚଳରେ ୭ ଜଣ ଏବଂ ଚୁନାର ଅଞ୍ଚଳରେ ୩ ଜଣଙ୍କର ଜୀବନ ଯାଇଛି । କେବଳ ମଣିଷ ନୁହଁନ୍ତି, ଏହି ତୋଫାନରେ ୧୬ରୁ ଅଧିକ ଗୃହପାଳିତ ପଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
Powered by Froala Editor