ଭଦ୍ରକର କାଡା ଅଫିସର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକର କାଡା ଅଫିସର ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭଦ୍ରକ-କାଡ଼ା ଡିଭିଜନର ଯନ୍ତ୍ରୀ ବିଜୟ କୁମାର ମହାନ୍ତିଙ୍କ ଭଡା ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଭଦ୍ରକ ଟାଉନର ସମରାଇପୁରରେ ଶ୍ରୀ ମହାନ୍ତିଙ୍କ ତିନି ମହଲା କୋଠା, ବାଲେଶ୍ୱର ଜିଲ୍ଲା ବସ୍ତାର ନରସିଙ୍ଗଡିହାରେ ଥିବା ତାଙ୍କର ଦୁଇ ମହଲା କୋଠା, ଭଦ୍ରକରେ ଥିବା କାର୍ଯ୍ୟାଳୟ, ମାଳିପଡ଼ା ଓ ଭୁବନେଶ୍ୱରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରଖିଛି।
Powered by Froala Editor