ହାତୀ ଆକ୍ରମଣରେ ଯୁବକ ଗୁରୁତର
ଅନୁଗୋଳ: ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବନ୍ତଳା ଥାନା ଅନ୍ତର୍ଗତ ବଡକନ୍ତକୁଳ ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ବଡକନ୍ତକୁଳ ଗାଁର ଗୁଣ୍ଡିଚା ନାଏକ ଙ୍କ ପୁଅ ମୁଚିଆ ନାଏକ (୪୫) ଏବଂ ତାଙ୍କ ସ୍ତ୍ରୀ ଭୋର ୫ଟା ସମୟରେ ଗାଁ ପାଖ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେଠାରେ ପୂର୍ବରୁ ହାତୀ ଥିବା ସେମାନେ ଜାଣିପାରି ନଥିଲେ । ଯାହାଫଳରେ ମୁଚିଆଙ୍କୁ ହାତୀଟି ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ତାଙ୍କ ସ୍ତ୍ରୀ ଜୀବନ ବିକଳରେ ଦୌଡ଼ି ଗାଁ କୁ ଆସି ବନବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୁଚିଆଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବାବେଳେ ଜଂଘରେ ଗଭୀର ଆଘାତ ଲାଗିଛି।
Powered by Froala Editor