୧୪ ରୁ ୨୧ ଭିତରେ ଘୋଷଣା ହେବ +୨ ପରୀକ୍ଷା ଫଳ
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ଚଳିତ ମାସର ତୃତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ। ଆସନ୍ତା ୧୪ରୁ ୨୧ ତାରିଖ ଭିତରେ ଫଳ ଘୋଷଣା କରାଯିବ। ପରୀକ୍ଷା ଫଳକୁ ଏବେ ଏକାଧିକ ଥର ଯାଞ୍ଚ କରାଯାଉଛି। ପରୀକ୍ଷା ଫଳ ତ୍ରୁଟିଶୂନ୍ୟ କରିବାକୁ ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି।
Powered by Froala Editor