କ୍ରାଇମ୍ ସ୍ପଟରେ ପହଞ୍ଚି ତନାଘନା କରୁଛି କ୍ରାଇମ୍ବ୍ରାଞ୍ଚ
ବାଲିଅନ୍ତା: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ତନାଘନା ଆରମ୍ଭ ହୋଇଛି। ଆଜି କ୍ରାଇମବ୍ରାଞ୍ଚ ଟିମ୍ , ଏସପି ଅନିରୁଦ୍ଧ ରାଉତରାୟଙ୍କ ସହ ମହିଳା ଡିଏସପି ବାଲିଅନ୍ତା ଥାନାରେ ପହଞ୍ଚିଥିଲେ। ଦୁଇଟି ଟିମ୍ ଘଟଣାରେ ତଦନ୍ତ ଜାରି ରଖିଛନ୍ତି। ଗୋଟିଏ ଟିମ୍ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କଠାରୁ ତଥ୍ୟ ନେଉଥିବାବେଳେ ଦ୍ବିତୀୟ ଟିମଟି କ୍ରାଇମ୍ ସ୍ପଟରେ ପହଞ୍ଚି ତନାଘନା କରୁଛି।
ବର୍ତ୍ତମାନ ସୁଦ୍ଧା ୧୧ ଜଣ ଗିରଫ ହୋଇଥିବା ବେଳେ, ଏହି ‘ମବ୍ ଲିଞ୍ଚିଂ’ ପଛରେ ଥିବା ପ୍ରକୃତ କାରଣ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।
Powered by Froala Editor